ଗୋପ ବନ୍ଧୁ ସେବା ସଦନର ନୂତନ କମିଟି ଗଠିତ...
ଗାଇସିଲାଟ,୨୯/୦୬(ବିଜୟ କୁମାର ସାହୁ) : ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକର ଜନକେଡା ସ୍ଥିତ ଗୋପବନ୍ଧୁ ସେବାସଦନର ନୂତନକମିଟି ଗଠିତ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଆଗତ ବୈଠକରେ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ।
Ad..
ସଭାରେ ସଭାପତି ଭାବରେ କଟାବାହାଲ ଗ୍ରାମପଂଚାୟତର ପୂର୍ବତନ ସରପଂଚ ଇନ୍ଦ୍ରମଣି ପଧାନ ସଭାପତିତ୍ବ କରିଥିଲେ । ଆଲୋଚନା କ୍ରମରେ ୩୬ ବର୍ଷର ଏହି ଅନୁଷ୍ଠାନ ଦୃଷ୍ଟିବାଧିତ ଶ୍ରବଣ ବାଧିତ ଓ ଅନାଥ ପିଳାଂକ ଆଶ୍ରୟ ସ୍ଥଳି ଓ ଶିକ୍ଷା କ୍ଷେତ୍ରରେ ଏକ ସ୍ବତଂତ୍ର ପରିଚୟ ରଖିଛି।
ଏହାର ଉନ୍ନତି ନିମନ୍ତେ ସମର୍ପିତ ମନୋଭାବ ପୋଷଣ କରିବାନିମନ୍ତେ ମତ ପ୍ରକାଶ ପାଇଥିଲା।ସର୍ବ ସମ୍ମତି କ୍ରମେ ଅନାଥ ବିଭାଗରେ ପରିଚାଳନା କମିଟିରେ ଚୈତନ୍ୟ ସାହୁ ସଭାପତି,ନିଳକଣ୍ଠ ସାହୁ ଉପ ସଭାପତି,ସଂପାଦକ ଭାବରେ ବିପିନ ବିହାରି ସାହୁ ସହ ସଂପାଦକ ଭାବରେ ଅଳେଖ ଚୈତନ୍ୟ ପଧାନ ଓ କୋଷାଧ୍ୟକ୍ଷ ଭାବରେ ଭାଗିରଥି କନ୍ଧ ମନୋନିତ ହୋଇଥିଲେ।
ସଦସ୍ୟ ଭାବରେ ତେଜରାଜ ସାହୁ . ଘନଶ୍ୟାମ ସାହୁ. ବିନାୟକ ପ୍ରସାଦ ଗୁରୁ ,ଲୁଚେନ୍ଦ୍ର ସାହୁ,ଗିରିଧାରି ସାହୁ,ସୁବ୍ରତ ସାହୁ ,ବିରେନ ପଧାନ, ଫୁଲମତି ସାହୁ ,ସରୋଜ ପଟେଲ ଓ ବିଦ୍ୟାଧର ସାହୁ .ମନୋନିତ ହୋଇଥିଲେ।
ଉଭୟ ବିଭାଗରେ ସମନ୍ବୟ ନିମନ୍ତେ ଏକ ସମନ୍ବୟ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବରେ ସରୋଜ ଶ୍ରୀଭୂଷଣ ସାହୁ,ନାରଦ କୁମାର ବରିହା ଉପ ସଭାପତି, ସଂପାଦକ ଭାବରେ ରଂଜନ କୁମାର ପଣ୍ଡା...
ଇନ୍ଦ୍ରମଣି ପଧାନ ସହ ସଂପାଦକ ସଦସ୍ୟ ଭାବରେ ପ୍ରଣୟ କୁମାର ସାହୁ,ଧନେଶ୍ବର ମେଜେର ,ଯୁବରାଜ ପଧାନ, ବିରେନ୍ଦ୍ର ମହାପାତ୍ର, ଦିବାକର ମେହେର ଓଶୁରେଶ ଭୋଇ ମନୋନିତ ହୋଇଥିଲେ।ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ।
Edited by k.s thakur...


