ରୁପେଶ କୁମାର ବେହେରା ଙ୍କୁ ଓଡ଼ିଶା ଜନତା କଂଗ୍ରେସ ଦଳର ବଲାଙ୍ଗୀର ଜିଲ୍ଲା ସଭାପତି ଦାୟିତ୍ୱ...
କଣ୍ଟାବାଞ୍ଜି,୨୯/୦୬(ନି.ପ୍ର) : ଓଡ଼ିଶା ଜନତା କଂଗ୍ରେସ ଦଳ ପକ୍ଷରୁ ସଂଗଠନକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ସାଙ୍ଗଠନିକ ନିଯୁକ୍ତି ଘୋଷଣା କରାଯାଇଛି।
Ad..
ଏହି ପରିପ୍ରେକ୍ଷୀରେ ରୂପେଶ କୁମାର ବେହେରାଙ୍କୁ ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି। ଦଳର ସଭାପତି ଇଂ. ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଘୋଷଣା କରାଯାଇଛି।
ପୂର୍ବରୁ ଶ୍ରୀ ବେହେରା ୨୦୧୪ ମସିହାରେ ଯୁବ କଂଗ୍ରେସ ବଲାଙ୍ଗିର ଲୋକସଭା କ୍ଷେତ୍ର ରେ ସଭାପତି ପଦରେ,ପୂର୍ବତନ ଯୁବ କଂଗ୍ରେସ ସଭାପତି,ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଓ ବିଜେଡି ରେ ଯୁବ ନେତା ଭାବରେ କାର୍ଯ୍ୟ ଭାର ତୁଲାଇ ସାରିଛନ୍ତି।
ବର୍ତ୍ତମାନ ଶ୍ରୀ ମୋକିମ୍ ଙ୍କ ଦଳରେ ଯୁବ ବର୍ଗଙ୍କୁ ପ୍ରାଥମିକତା ଦେବା ଓ ଓଡ଼ିଶା କୁ ଆଗେଇ ନେବା ପଥରେ ଶ୍ରୀ ବେହେରା ଜଡ଼ିତ ହୋଇ ନିଜ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ବଲାଙ୍ଗିର ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି।
ରୂପେଶ କୁମାର ବେହେରାଙ୍କୁ ବଲାଙ୍ଗୀର ଜିଲ୍ଲାର ସାଙ୍ଗଠନିକ ଦାୟିତ୍ଵ ପ୍ରଦାନ କରାଯାଇଥିବାରୁ ଜିଲ୍ଲାର ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
ଶ୍ରୀ ବେହେରା ପ୍ରତିକ୍ରିୟା ରେ କହିଛନ୍ତି ଯେ ଆଗାମୀ ଦିନରେ ଜିଲ୍ଲାର ଅସହାୟ,ନିରୀହ ଓ ଜନସାଧାରଣ ଙ୍କ ହକ ପାଇଁ ଲଢେଇ ହେବ।ପଞ୍ଚାୟତ,ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସାଧାରଣ ନିର୍ବାଚନ ପାଇଁ ତୃଣ ମୂଲ ସ୍ତରରେ ଦଳ କୁ ଆହୁରି ମଜବୁତ୍ କରାଯିବା ଲକ୍ଷ ରହିଛି।
Edited by k.s thakur...


