ସେମଲା ଗ୍ରାମରେ ଶିବ ବିବାହର ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ସେମଲା ଗ୍ରାମରେ ଶିବ ବିବାହର ପ୍ରସ୍ତୁତି ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୫/୦୬(ନି.ପ୍ର): ବଲାଙ୍ଗୀର ଜିଲ୍ଲା ତୁରେକେଲା  ବ୍ଲକ ଅନ୍ତର୍ଗତ ସେମଲା ଗ୍ରାମର" ଆମ ପରମ୍ପରା କଳା ବିକାଶ କେନ୍ଦ୍ର"  କାର୍ଯ୍ୟାଳୟ ଆନୁକୂଲ୍ୟରେ ଶିବ ବିବାହ ଶୀତଳ ଷଷ୍ଠୀର ପ୍ରସ୍ତୁତି ବୈଠକ  ସଭାନେତ୍ରୀ ଶ୍ରୀମତି କବିତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। 

Ad..


 ଏବଂ ଆଗାମୀ ତାରିଖ -୧୮/୦୬/୨୬ ରୁ ତାରିଖ -୧୯/୦୬/୨୬ ରେ ହେବାକୁଥିବା ଶିବ ବିବାହ କେମିତି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେଥିପ୍ରତି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଜାଗ ହୋଇ ଯାତ୍ରା ରେ ଧ୍ୟାନ ଆକର୍ଷଣ ପୂର୍ବକ ସଚେତନ ରହିବାକୁ ସଭାନେତ୍ରୀ ବୁଝାଇଥିଲେ। 

ଉକ୍ତ ବୈଠକରେ ଉପ ସଭାନେତ୍ରୀ -ସାବିତ୍ରୀ ଦାସ, ସମ୍ପାଦକ -ଭକ୍ତବନ୍ଧୁ ମେହେର, ସହ ସମ୍ପାଦିକା -ହାରାବତୀ ମେହେର, କୋଷଧ୍ୟକ୍ଷ -ଶୁଭ୍ର ମେହେର, ରମା ମେହେର, ସଭ୍ୟା-ଉର୍ମିଳା ମେହେର...

ସଭ୍ୟ -ରାମେଶ୍ୱର ରଣା,ପ୍ରକାଶ ମେହେର,  ଦାମୋଦର ସୁନା ପ୍ରମୁଖ ଉପସ୍ଥିତ ଥିଲେ। ପରି ଶେଷରେ ସଭାନେତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।



Edited by k.s thakur...

Post a Comment

Previous Post Next Post