ରାସ୍ତା ମଝିରେ ଗାତ, କାମ ଛାଡ଼ି ଠିକାଦାର ଫେରାର୍ !...
ବେଲପଡ଼ା,୦୩/୦୬(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ସହର ମେହେରପଡ଼ା ଅଞ୍ଚଳରେ ରାସ୍ତା ମଝିରେ ଗାତ ଖୋଲି ଦୀର୍ଘ ଦିନ ହେଲା ଛାଡ଼ି ଦିଆଯାଇଛି। ଯଦ୍ବାରା ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Ad..
ବିଶେଷକରି ରାତିରେ ଅନ୍ଧାର ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଉଛି। ଏହି ଗର୍ତ୍ତ କେଉଁ କାରଣରୁ ଖୋଳାଯାଇଛି ଓ କେବେ କାମ ସମ୍ପୂର୍ଣ୍ଣ ହେବ? ସେନେଇ ସାଧାରଣଲୋକଙ୍କୁ କୌଣସି ସୂଚନା ଦିଆଯାଇନାହିଁ।
ଏନେଇ ସମ୍ପୃକ୍ତ ବିଭାଗର ଜେଇଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି। ଫଳରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
Edited by k.s thakur...


