ବ୍ଲକ ଅଫିସ୍ ଘେରିଲେ ଗ୍ରାମବାସୀ...
ବେଲପଡ଼ା,୦୩/୦୬(ତ୍ରିନାଥ ବାଗ): ବେଲପଡ଼ା ବ୍ଲକ ଗମ୍ଭାରି ପଞ୍ଚାୟତ ବୈଜଲସାଗର ଗ୍ରାମବାସୀ ପାଣି ସମସ୍ୟା ନେଇ ବ୍ଲକ ଅଫିସ୍ ଘେରାଉ କରିଛନ୍ତି। ଗାଁରେ ୫୦୦ରୁ ଅଧିକ ଲୋକ ବସବାସ କରୁଥିଲେ ହେଁ ଆବଶ୍ୟକତା ଅନୁସାରେ ଲୋକଙ୍କ ପାଇଁ ପାଣି ହେଉନାହିଁ।
Ad..
ଗାଁରେ ବସୁଧା ପ୍ରକଳ୍ପ ଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ତାହା ଅଚଳ ଅବସ୍ଥାରେ ପଡ଼ିରହିଛି। ଟାଙ୍କି ଗୁଡ଼ିକରେ ପାଣି ରହୁନାହିଁ। ଏଭଳି ସ୍ଥିତିରେ ଗ୍ରାମବାସୀ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି ।
ଏଣୁ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଗାଁ ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡିଓ ରାଜେଶ ମେହେରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ଗାଁରେ ପାଣି ସୁବିଧା କରାନଗଲେ ରାସ୍ତାରୋକ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ତେବେ ସମସ୍ୟାର ସମାଧାନ କରାଯିବା ନେଇ ବିଡିଓ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି। ଏହି ଦାବି ସମାବେଶରେ ଗମ୍ଭାରୀ ସରପଞ୍ଚ କୁଳମଣି କୁମ୍ଭାର, ତେଜବନ୍ତ ସାହୁ, ନବୀନ ସାହୁ, ଜାହ୍ନବୀ ପୋଡ଼, ଦେମତୀ ବରିହା...
ବାସନ୍ତୀ ବରିହା, ବେଳମତି ବିଶ୍ବାଳ, କାନ୍ତି ଭୁଏ, ଲଳିତ ରଣା, ଦିବାକର ବରିହା, ସୁବାସ ବରିହା, ଉତ୍ତମ ସାହୁ, ନୀଳମଣି ପୋଢ଼, ଭକ୍ତ ଧରୁଆ, ଡ଼ୋଲାମଣି ସୁନା ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।
Edited by k.s thakur...


