ବରଗଡ଼ ଜିଲ୍ଲା ଝାରବନ୍ଧ ଡଭାରେ ଚାଷୀ ଆନ୍ଦୋଳନ, ଧାନ ବିକ୍ରି ଟୋକନ ସମସ୍ୟା ସୁଧୁରିବ ଆଉ କେବେ?
ବରଗଡ଼,୧୧/୦୬(ବିଜୟ କୁମାର ସାହୁ): ସରକାର ବଦଳିଲା ହେଲେ ଚାଷୀ ଙ୍କ ସମସ୍ୟା ବଦଳିଲା ନାହିଁ। ଦୁଇବର୍ଷ ଭିତରେ ୪୫ ଥର ଚାଷୀ ଆନ୍ଦୋଳନ ତଥାପି ଚାଷୀଙ୍କ ଅବସ୍ଥା ସୁଧୁରି ପାରିଲା ନାହିଁ।
Ad..
ଆଉ କିଛି ଦିନ ପରେ ଚାଷ ଆରମ୍ଭ ହେବାକୁ ଯାଉଛି ହେଲେ ଚାଷୀ ଙ୍କ ଧାନ ବିକ୍ରି ସମସ୍ୟା ସୁଧୁରି ନାହିଁ। ସପ୍ତାହ ହେଲାଣି ଡଭା ରେ ଚାଷୀ ଇମରଣ ଅନଶନରେ ଅଛନ୍ତି। ତିନି ଜଣ ଚାଷୀ ଙ୍କ ଅବସ୍ଥା ଗୁରୁତର ହୋଇଥିଲେ ବି ପ୍ରଶାସନ ଚୁପ୍ ଚାପ୍ ବସିଛି।
ଚାଷୀ ନେତା ରମେଶ ମହାପାତ୍ର ଙ୍କ ତଥ୍ୟ ଅନୁସାରେ ଆଞ୍ଚଳିକ କୃଷକ ସଙ୍ଗଠନ ତରଫରୁ ଟୋକନ ଦାବିରେ ଡଭା ସାପ୍ତାହିକ ବଜାର ପ୍ରାଙ୍ଗଣରେ ୨୦ ହଜାର ବସ୍ତା ଧାନ ପକାଇ ପାଞ୍ଚ ଜଣ କୃଷକ ଆମରଣ ଅନଶନରେ ବସିଛନ୍ତି। ଡଭା ସୋସାଇଟିରେ ରବି ଋତୁ ଧାନ ବିକ୍ରି ପାଇଁ ଆବଶ୍ୟକ କାଗଜପତ୍ର ଦେଇ ୨୦୭୪ ଜଣ ଚାଷୀ ପଞ୍ଜିକରଣ ହୋଇଥିଲେ।
ସେମାନଙ୍କ ମଧ୍ୟରୁ ୫୧୪ ଜଣଙ୍କ ମୋଟେ ଟୋକନ ଆସିନାହିଁ। କୃଷକ ସଂଗଠନ ପକ୍ଷରୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଗତ ୧ ଜୁନ ରୁ ଆମରଣ ଅନଶନରେ ଅଶୋକ ସାହୁ, ରମେଶ ସାହୁ, ଜୟନ୍ତ ସାହୁ, ଅରୁଣ ପଧାନ ଏବଂ ଗୁପତ ସିଦାର ବସିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ୪ ଜୁନରେ ଆସିଥିଲେ ଏବଂ ଦୁଇ ଦିନ ମଧ୍ୟରେ ଟୋକନ ଆସିବ ଏବଂ ଧାନ କିଣା ଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟୋକନ ଆସିନାହିଁ କିମ୍ବା ଉପଜିଲ୍ଲାପାଳ କୌଣସି ଉତ୍ତର ଦେଉନାହାନ୍ତି।
ହେଲେ ୪୪ ଡିଗ୍ରୀ ଖରାରେ ପୁଣି ଅନଶନ କେତେ କଷ୍ଟ ହେଉଥିବ। ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରୋଟିନ ଚେକ ଯାଇଥିଲେ ସେହି ସମୟରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ଜଣ ପଡିବାରୁ ହସ୍ପିଟାଲ ରେ ଭର୍ତ୍ତି କରିବା ପାଇଁ କହିଥିଲେ ପରେ ରମେଶ ସାହୁ...
ଅରୁଣ ପଧାନ, ଗୁପତ ସିଦାର ଏବଂ ଜୟନ୍ତ ସାହୁଙ୍କୁ ଡଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆନ୍ଦୋଳନ ସ୍ଥଳରେ ଅଶୋକ ସାହୁ ଏବଂ ଅନ୍ୟ ଚାଷୀମାନେ ଧାନ ବିକ୍ରି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦୃଦୁକ୍ତି ପ୍ରକାଶ କରିଛନ୍ତି।
Edited by k.s thakur...


