ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ...
ବରଗଡ଼,୧୧/୦୬(ବିଜୟ କୁମାର ସାହୁ) : ଆଜି ଗୁରୁବାର ଦିନ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି (ଆଜାଦ)ଙ୍କ ନେତୃତ୍ୱରେ ପଡାର ଯୁବକ ମାନେ ପୋଖରୀ ରୁ ଭାରରେ ପାଣି ଧରି ପୌର ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲି ଚାଲି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସମସ୍ୟା ଜଣାଇଛନ୍ତି।
Ad..
ବରଗଡ଼ ସହର ସ୍ଥିତ ମା ଖଜୁର କଟିଏନ ବନ୍ଧ ଅତ୍ୟନ୍ତ ଖରାପ ଅବସ୍ଥାରେ ଥିବାବେଳେ ପଡାବାସି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ନିଜ ଦୈନନ୍ଦୀନ କାର୍ଯ୍ୟ ବନ୍ଧ ଉପରେ ନିର୍ଭର କରୁଥିବା ପଡାବାସି ବର୍ତମାନ ସେହି ଖରାପ ପାଣିରେ ଦୈନନ୍ଦିନ ଜୀବନ ବିତାଉ ଥିବା ବେଳେ ଅନେକ ରୋଗ ରେ ଆକ୍ରାନ୍ତ ହେଉଛନ୍ତି।
ଏନେଇ ବନ୍ଧର ପାଣି ଧରି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ହାତ ଧୋଇବା ପାଇଁ କହିବା ସହ ପଡାବାସିଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଗୁହାରି କରିଛି ଛାତ୍ର କଂଗ୍ରେ। ଆସନ୍ତା ୧୬ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି।
Edited by k.s thakur...


