ବାହାର ରାଜ୍ୟରେ ବୁଦାମୁଣ୍ଡା ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଫେରାଇ ଆଣିବାକୁ ବେଲପଡ଼ା ଥାନାରେ ଏତଲା...

ବାହାର ରାଜ୍ୟରେ ବୁଦାମୁଣ୍ଡା ଶ୍ରମିକଙ୍କ ମୃତ୍ୟୁ : ମୃତଦେହ ଫେରାଇ ଆଣିବାକୁ ବେଲପଡ଼ା ଥାନାରେ ଏତଲା...


ବେଲପଡ଼ା, ୧୯/୦୬(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ବୁଦାମୁଣ୍ଡା ଗ୍ରାମର ଦାଦନ ଶ୍ରମିକ ଘନ ଧରୁଆ ମଜୁରି କାମ କରିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। 

Ad..



ମୃତ୍ୟୁ ପରେ ମୃତଦେହ ଘରକୁ ଆସିନଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣାକୁ ନେଇ ଆଜି କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ର ଯୁଗ୍ମ ସମ୍ପାଦକ ଜିତୁ ନାଏକଙ୍କ ନେତୃତ୍ୱରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ସହ ବେଲପଡ଼ା ଥାନାକୁ ଯାଇ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। 

ଅଭିଯୋଗ ପରେ ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ। ସେ ବାହାର ରାଜ୍ୟର ସମ୍ପୃକ୍ତ ଥାନା ସହ ଯୋଗାଯୋଗ କରି ମୃତଦେହ ନିଜ ଗାଁକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। 

ଅନ୍ୟପକ୍ଷରେ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ ଶ୍ରମିକଙ୍କ ମୃତଦେହ ଶୀଘ୍ର ଘରକୁ ଫେରାଇ ଆଣିବା ସହ ଘଟଣା ପାଇଁ ଦାୟୀ ସର୍ଦ୍ଦାର ଓ ମାଲିକଙ୍କୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।



Edited by k.s thakur...

Post a Comment

Previous Post Next Post