ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ...
କଣ୍ଟାବାଞ୍ଜି,୦୧/୦୬(ନି.ପ୍ର): ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଗୋଟିଏ ଗ୍ରାମର ଜଣେ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ।
Ad..
ଥାନା ଅଧିକାରୀ ରାକେଶ କୁମାର ବେହେରାଙ୍କ ସୂଚନା ଅନୁସାରେ ,ସନ୍ୟାସୀ ମାଝୀ(୨୩) ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ।
ଯୁବତୀ ଜଣକ ଗର୍ଭବତୀ ହେବା ପରେ ଯୁବକକୁ ବିବାହ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବକ ତାଙ୍କୁ ଧମକ ଚମକ ଦେବା ସହ ବିବାହ କରିବାକୁ ରୋକ୍ ଠୋକ୍ ମନା କରି ଦେଇଥିଲେ।
ପରେ ଯୁବତୀଙ୍କ ପରିବାର ଘଟଣା ସମ୍ପର୍କରେ ଜାଣିବା ପରେ ଶନିବାର ଦିନ ତୁରେକେଲା ଥାନାରେ ଏ ନେଇ ଲିଖୁତ ଅଭିଯୋଗ କରାଯାଇଥିଲା।
ଯୁବତୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ୧୦୧/୨୦୨୬ରେ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ୟାସୀ ମାଝୀ(୨୩) ନାମକ ଯୁବକଙ୍କୁ ଗିରଫ କରି ରବିବାର ଦିନ କଣ୍ଟାବାଞ୍ଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
Edited by k.s thakur...


