ବ୍ରହ୍ମପୁରରେ ପୁଣି ହତ୍ୟା, ଫୁଲକୁଣ୍ଡରେ ଛେଚି ଯୁବକଙ୍କ ଜୀବନ ନେଲେ ଦୁର୍ବୃତ୍ତ...

ବ୍ରହ୍ମପୁରରେ ପୁଣି ହତ୍ୟା, ଫୁଲକୁଣ୍ଡରେ ଛେଚି ଯୁବକଙ୍କ ଜୀବନ ନେଲେ ଦୁର୍ବୃତ୍ତ...


ବ୍ରହ୍ମପୁର,୦୧/୦୬(ନି.ପ୍ର): ବ୍ରହ୍ମପୁରରେ ପୁଣି ଏକ ହତ୍ୟା। ଫୁଲ କୁଣ୍ଡରେ ଛେଚି ଯୁବକକୁ ହତ୍ୟା । ହିଲପାଟଣା ପି. ଡବ୍ଲ୍ୟୁ ଡ଼ି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି।

      Ad..


ଗୋସାଇଁନୂଆଗାଁ ଥାନା ଗୀତା ଭବନ ନିକଟ ପରିତ୍ୟକ୍ତ ଘରେ ମୃତ ଦେହ ପଡ଼ିଥିବା ଅଞ୍ଚଳବାସୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଶବ ପାଖରେ ଗୋଟିଏ ଫୁଲକୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଫୁଲ କୁଣ୍ଡରେ ମୁଣ୍ଡ କୁ ଛେଚି ହତ୍ୟା କରାଯାଇଥିବା ନେଇ ପୁଲିସ ଆଶଙ୍କା କରିଛି। 

ଯୁବକଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଖବର ପାଇ ଗୋସାଇଁ ନୂଆଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳି ପାରିନି। ଘଟଣା ସ୍ଥଳରେ ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଂଚି ଘଟଣାର ତଦନ୍ତ କରୁଛି । 

କେଉଁ କାରଣରୁ ହତ୍ୟା ତାହା ବି ଅସ୍ପଷ୍ଟ। ନିଶାଶକ୍ତ ଅବସ୍ଥାରେ ଏକାଧିକ ଯୁବକ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।



Edited by k.s thakur...

Post a Comment

Previous Post Next Post