ଜନ୍ମଦାତ୍ରୀ ମା’ର ଶବକୁ କାନ୍ଧ ଦେଲେନି ଦୁଇ ପୁଅ, ପୁଲିସ କଲା ଶେଷ ସଂସ୍କାର...

ଜନ୍ମଦାତ୍ରୀ  ମା’ର ଶବକୁ କାନ୍ଧ ଦେଲେନି ଦୁଇ ପୁଅ, ପୁଲିସ କଲା ଶେଷ ସଂସ୍କାର...


ବାଲେଶ୍ବର,୨୮/୦୫(ନି.ପ୍ର): ରାଜ୍ୟରେ ନିକଟରେ ଘଟିଥିବା କ୍ରମାଗତ ଅପରାଧିକ ଘଟଣାରେ ଓଡ଼ିଶା ପୁଲିସର ଲକ୍ଷ୍ୟ ’ସେବା ଓ ସୁରକ୍ଷା’ ଉପରେ ପ୍ରଶ୍ନଚିହ୍ନ ଲାଗିଥିଲା। 

      Ad..


ଗତକାଲି (ବୁଧବାର) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ସନ୍ତୋଷପୁର ପଞ୍ଚାୟତର ଲୋକନାଥପୁରରେ ଘଟିଥିବା ଘଟଣା ଓ ପୁଲିସର ପଦକ୍ଷେପରେ ’ଖାକିରେ ଲାଗିଥିବା ଦାଗ’ କିଛି ପରିମାଣରେ ଲିଭିଛି।ଗ୍ରାମର ସ୍ବର୍ଗତ ବଂଶୀଧର ଦାସ ଙ୍କ ପତ୍ନୀ ତୁଳସୀ ଦାସ (୮୦) ଙ୍କ ତିନିଜଣ ପୁଅ।

    Ad..


ଅନେକ ବର୍ଷ ପୂର୍ବେ ବଡ଼ ପୁଅ କେଉଁ ଆଡ଼େ ଚାଲିଯାଇଛି, ତା’ର କୌଣସି ଖୋଜଖବର ନାହିଁ। ମଧ୍ୟମ ପୁଅ ନିକଟରେ ବାପା ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା। ବୃଦ୍ଧା ତୁଳସୀ ସାନପୁଅ ରାକେଶଙ୍କ ନିକଟରେ ରହୁଥିଲେ। ଗତକାଲି ପୂର୍ବାହ୍‌ଣ ୧୦.୨୫ ରେ ତୁଳସୀଙ୍କ ମୃତ ହୋଇଥିଲା। 

ତେବେ ପୂର୍ବରୁ ଜମି ବିବାଦ ଓ ପାରିବାରିକ କଳହକୁ କେନ୍ଦ୍ର କରି ଭାଇମାନଙ୍କ ମଧ୍ୟରେ ମତାନ୍ତର ରହିଥିଲା। ରାକେଶ ନଦୀ ଘାଟରେ ମା’ଙ୍କ ଅନ୍ତେଷ୍ଟି କ୍ରିୟା କରିବାକୁ ଜିଦ୍‌ ଧରିଥିବା ବେଳେ ତାଙ୍କ ଭାଇ ନିଜ ଘର ବାଡ଼ିରେ ଶେଷକ୍ରିୟା କରିବେ ବୋଲି କହିଥିଳେ। ଏହାକୁ ନେଇ ବିବାଦ ତେଜିଥି‌ଲା। 

ଗ୍ରାମର ଲୋକ ମଧ୍ୟ ରାକେଶକୁ ଶବ ଉଠାଇବା ପାଇଁ ସାହାଯ୍ୟ କରିନଥିଲେ। ଫଳରେ ରାତି  ୮ ଟା ପର୍ଯ୍ୟନ୍ତ ଶବ ଉଠି ପାରିନଥିଲା। ତେବେ ବସ୍ତା ପୁଲିସ ଏହି ଖବର ପାଇ, ଅମରଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ୍ ଓ ତାଙ୍କର ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। 

ଉଭୟଙ୍କୁ ବୁଝା ସୁଝା କରି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉଭୟ ନିଜ ଜିଦ୍‌ରେ ଅଟଳ ରହିବାରୁ ସମସ୍ୟାର ସମାଧାନ ହୋଇ ପାରିନଥିଲା।ଶେଷରେ, ବିଜୟ କୁମାର ବାରିକ୍ ସମେତ ତାଙ୍କର ପୋଲିସ ଷ୍ଟାଫ୍ ଶବକୁ କାନ୍ଧ ଦେଇ ଘର ନିକଟରୁ ଦୀର୍ଘ୍ ଦୁଇକିମି ଦୂରରେ ଥିବା ସୁବର୍ଣ୍ଣ ରେଖା ନଦୀର ଓ ଡ଼ିଆପଡ଼ା ବାଲିଘାଟକୁ ନେଇ ସାମ୍ବାଦିକ ଦିନବନ୍ଧୁ ପ୍ରଧାନ... 

ଅଜିତ୍ କୁମାର ସାହୁ ଏବଂ ସମ୍ବାଦ ବସ୍ତା ପ୍ରତିନିଧି ରବିନାରାୟଣ ଶତପଥୀଙ୍କ ସହାୟତା  ଶବ ସତ୍କାର କରିଥିଲେ। ବିଜୟ କୁମାର ବାରିକ୍, ଲକ୍ଷ୍ମୀଧର ବିନ୍ଧାଣୀ, ହାବିଲଦାର ବିଷ୍ଣୁପ୍ରସାଦ ଦେଉରୀ...

କନେଷ୍ଟବଳ ରାମଚନ୍ଦ୍ର ହେମ୍ବ୍ରମ, ସିପାହୀ ଠାକୁର ମାଝୀ, ଜଗଲ ମୁର୍ମୁଙ୍କ ସମେତ ସାମ୍ବାଦିକ ଦୀନବନ୍ଧୁ ପ୍ରଧାନ, ଅଜିତ୍ ସାହୁ, ରବିନାରାୟଣ ସତପଥି,ତାଙ୍କର ହାତ ଗଣତି କିଛି ସମ୍ପର୍କୀୟ ବନ୍ଧୁ ବାନ୍ଧବ ଗାତ ଖୋଳି ଶବ ପୋତିଥିଲେ। 



Edited by k.s thakur...

Post a Comment

Previous Post Next Post