ବାଇଗଣ ଚାଷ ଫାର୍ମ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ...
ଖପ୍ରାଖୋଲ,୨୮/୦୫ (ନି.ପ୍ର): ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ବାହାଲଭଟଲିକୁ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବୁଧବାର ଗସ୍ତ କରିଛନ୍ତି।
Ad..
ଏହି ଅବସରରେ ଆଗୁଆ ଯୁବ ଚାଷୀ ସୁଶାନ୍ତ କୁମାର ମେହେର ଙ୍କ ବାଇଗଣ ଚାଷ ଫାର୍ମ ବୁଲି ଦେଖିଛନ୍ତି।ସୁଶାନ୍ତ ୨୫ ଏକର ଜମି ରେ ବାଇଗଣ, କୋବି, ଟମାଟୋ ଆଦି ବର୍ଷ ତମାମ ଚାଷ କରି ପ୍ରାୟ ୧୫ ଟି ପରିବାରକୁ ରୋଜଗାର ଯୋଗାଇବାରେ ସକ୍ଷମ ହୋଇଛନ୍ତି।
Ad..
ଏହି ଅବସରରେ ବାଇଗଣ ଚାଷ ବୁଲି ଦେଖିବା ସହିତ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। କୃଷିମନ୍ତ୍ରୀ, ଚାଷୀମାନଙ୍କୁ ଡାଲି ଓ ତୈଳ ବୀଜ ଜାତୀୟ ଫସଲ କରିବା ସହିତ ପନିପରିବା, ଫଳ ଚାଷ କରିବାକୁ ପରାମର୍ଶ ଦେଇଛନ୍ତି।
ଜୈବିକ କିମ୍ବା ପ୍ରାକୃତିକ ପଦ୍ଧତିର ଚାଷ କଲେ ତାର ଚାହିଦା ବାହାରେ ଅଧିକ ଥିବା ଓ ରପ୍ତାନୀ ପାଇଁ କୃଷି ବିଭାଗ ସହଯୋଗ କରିବ ବୋଲି ମତ ରଖିଛନ୍ତି। ଏହି ଅବସରରେ କୃଷି ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର କୁମାର ସିଂ ବରିହା...
ପାଟଣାଗଡ ଉପଖଣ୍ଡ ଉଦ୍ୟାନ କୃଷି ଅଧିକାରୀ ପ୍ରମୋଦ କୁମାର ସେଠୀ , ଖପ୍ରଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜିନିତା ବରୁଆ, ସହକାରୀ କୃଷି ଅଧିକାରୀ ସୁମନ୍ତ ଖମାରୀ, ଦୀନବନ୍ଧୁ ବେହେରା ସମେତ ଆଗୁଆ ଚାଷୀ, ଏଫ୍ ପି ଓ ସଦସ୍ୟ ଉପସ୍ଥିତ ଥିଲେ।
Edited by k.s thakur...



