ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ପୁରୀରୁ ଗିରଫ: ଫୋନ୍ ଟ୍ରାକିଂ କରି ଉଠାଇନେଲା ଏସ୍ଟିଏଫ୍...
ପୁରୀ,୨୮/୦୫(ନି.ପ୍ର): ପୁରୀରେ ଆତ୍ମଗୋପନ କରିଥିବା ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଆଜି ପଶ୍ଚିମବଙ୍ଗ ଏସ୍ଟିଏଫ୍ ଗିରଫ କରିଛି। ସେ ଗିରଫ ଭୟରେ ବହୁଦିନ ଧରି ପଶ୍ଚିମବଙ୍ଗରୁ ଫେରାର ଥିଲେ।
Ad..
ଦିଲ୍ଲୀପ ଗତକାଲି ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳର ବ୍ଲୁ ଲିଲି ହୋଟେଲ୍ରେ ରହିଥିବା ନେଇ ଏସ୍ଟିଏଫ୍ ପାଖରେ ଖବର ପହଞ୍ଚିଥିଲା। ପଶ୍ଚିମବଙ୍ଗ ଏସ୍ଟିଏଫ୍ ଟିମ୍ ଆଜି ତାଙ୍କୁ ପୁରୀରୁ ଧରିନେଇଛି।ସୂଚନାଯୋଗ୍ୟ, ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ଏସ୍ଟିଏଫ୍ ଟିମ୍ ଦକ୍ଷିଣ ଚବିଶପ୍ରଗଣାରୁ ଗିରଫ କରିଥିଲା।
Ad..
ପଶ୍ଚିମବଙ୍ଗ ବିଷ୍ଣୁପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ତୃଣମୂଳ କଂଗ୍ରେସ ସରକାରରେ ପରିବହନ ବିଭାଗ ମନ୍ତ୍ରୀ ଥିବା ଦିଲ୍ଲୀପ ମଣ୍ଡଳ ଜଣେ ବିଜେପି କର୍ମୀଙ୍କୁ ଧମକ ଦେଇଥିବା ନେଇ ତାଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଥିଲା।
ପଶ୍ଚିମବଙ୍ଗରେ ତାଙ୍କ ବିରୋଧରେ ଅନେକ ମାମଲା ରହିଥିବା ଜଣାପଡ଼ିଛି। ଦିଲ୍ଲୀପଙ୍କୁ ଗିରଫ କରିବା ପାଇଁ ପୁଲିସ ପୂର୍ବରୁ ତାଙ୍କ ଆଡ଼ାରେ ଚଢ଼ଉ କରିଥିଲା। ମାତ୍ର ଗିରଫଦାରୀରୁ ବଞ୍ଚିବା ପାଇଁ ସେ ଫେରାର ହୋଇ ଯାଇଥିଲେ।
ଗତକାଲି ରାତି ୧୦ଟା ସମୟରେ ସେ ବ୍ଲୁ ଲିଲି ହୋଟେଲ୍କୁ ଆସି ୨୧୩୨ ନମ୍ବର ରୁମ୍ରେ ରହିଥିଲେ। ପଶ୍ଚିମବଙ୍ଗ ଏସ୍ଟିଏଫ୍ ଟିମ୍ ଆଜି ପୂର୍ବାହ୍ଣରେ ହୋଟେଲ୍ରେ ପହଞ୍ଚି ଦିଲ୍ଲୀପଙ୍କର ଜଣେ ସହଯୋଗୀଙ୍କୁ ଉଠାଇନେବା ସହ ପରବର୍ତ୍ତୀ ସମୟରେ ହୋଟେଲରୁ ତାଙ୍କୁ ଧରି ନେଇଥିଲା।
ଅନ୍ୟପଟେ ନନ୍ଦୀଗ୍ରାମରେ ସେ ମମତାଙ୍କୁ ସହଯୋଗ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀପ ପ୍ରତିକ୍ରିୟାରେ କହିଛନ୍ତି।
Edited by k.s thakur...



