Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଝାଡ଼ଖଣ୍ଡରେ ଓଲଟିଲା ଓଡ଼ିଶାର ଚାଉଳ ବୋଝେଇ ଟ୍ରକ୍ ; ବୋହିନେଲେ ଗ୍ରାମବାସୀ...

ଝାଡ଼ଖଣ୍ଡରେ ଓଲଟିଲା ଓଡ଼ିଶାର ଚାଉଳ ବୋଝେଇ ଟ୍ରକ୍ ; ବୋହିନେଲେ ଗ୍ରାମବାସୀ... ଭୁବନେଶ୍ଵର,୦୨/୦୫ (ନି.ପ୍ର) :  ଓଡ଼ିଶାର  ଚାଉଳ  ବୋଝେଇ ଟ୍ରକ୍  ଝାଡ଼ଖଣ୍ଡ ରେ ଓଲଟି...

ଝାଡ଼ଖଣ୍ଡରେ ଓଲଟିଲା ଓଡ଼ିଶାର ଚାଉଳ ବୋଝେଇ ଟ୍ରକ୍ ; ବୋହିନେଲେ ଗ୍ରାମବାସୀ...


ଭୁବନେଶ୍ଵର,୦୨/୦୫ (ନି.ପ୍ର) : ଓଡ଼ିଶାର ଚାଉଳ ବୋଝେଇ ଟ୍ରକ୍ ଝାଡ଼ଖଣ୍ଡରେ ଓଲଟିଲା। ଉକ୍ତ ଚାଉଳ ଚୋରାରେ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

Ad..


ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ପଡୋଶୀ ଝାଡ଼ଖଣ୍ଡର ଚାଇଁବସାକୁ ଯାଉଥିବା ସମୟରେ ବହଳଦା ଥାନା ଅନ୍ତର୍ଗତ ଚାପଡ଼ା ଗ୍ରାମ ପାରିହେବା ପରେ ଝାରଖଣ୍ଡ ରାଜ୍ୟ ପଶ୍ମୀମ ସିଂହଭୂମ ଜିଲ୍ଲା ତାନ୍ତନଗର ଥାନା ଅନ୍ତର୍ଗତ ସୀମାରେ ଥିବେ ମିରୁଡିହି ଗ୍ରାମ ନିକଟରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା।

     Ad..


ଟ୍ରକ୍ ଓଲଟିବା ଯୋଗୁଁ ୪ ଜଣକ ମଧ୍ୟରୁ ଦୁଇଜଣ ଭୟରେ ଫେରାର ହୋଇଯାଇଥିବା ବେଳେ ଚାଳକ ଦେଓ ନାରାୟଣ ପାଣ୍ଡେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚାଇଁବସା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Ad..


ତେବେ ମିରୁଡ଼ିହି ଓ ଚାପଡ଼ା ଗ୍ରାମର ଗ୍ରାମବାସୀମାନେ ସାଇକେଲ ଓ ବାଇକ୍ ଯୋଗେ ଟ୍ରକ୍‌ରେ ଥିବା ଅଧାରୁ ଅଧିକ ଚାଉଳ ବୋହି ନେଇଯାଇଥିବା ନେଇ ତାନ୍ତନଗର ଥାନା ଅଧିକାରୀ ଅରବିନ୍ଦ ଖୁସୱାହା ସୂଚନା ପ୍ରଦାନ କରିଛନ୍ତି।

ତେବେ ତାନ୍ତନଗର ଥାନା ପୁଲିସ ଘଟଣସ୍ଥଳକୁ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିବା ସହିତ ପ୍ରାୟ ଦୁଇ ଶହ ବସ୍ତା ଚାଉଳ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଚାଉଳ ଏଫସିଆଇ ଲୋଗ ଥିବା ଜଣାପଡ଼ିଛି। 

ତେବେ କିଛି ଦିନ ପୂର୍ବେ ଚାପଡ଼ା ନିକଟରେ ଏକ ମାଛ ବଝେଇ ପିକଅପ୍ ଓଲୋଟିବାରୁ ସମସ୍ତ ମାଛକୁ ଗ୍ରାମବାସୀମାନେ ‌ବୋହି ନେଇଥିଲେ।



Edited by k.s thakur...

No comments