ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା.... ଭୁବନେଶ୍ବର,୦୧/୦୫(ନି.ପ୍ର): ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା...
ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା....
ଭୁବନେଶ୍ବର,୦୧/୦୫(ନି.ପ୍ର): ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଶ୍ରମିକମାନଙ୍କୁ ବଡ଼ ଉପହାର ଦେଇଛନ୍ତି।
Ad..
ଶ୍ରମିକମାନଙ୍କର ଦୈନିକ ମଜୁରି ବଢ଼ାଇଛନ୍ତି। ଶ୍ରମିକ ଦିବସ ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ବାରା ଘୋଷଣା ଅନୁସାରେ ଅଣକୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୪୭୨ ଟଙ୍କା ପାଇବେ।
Ad..
ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୭୨ ଟଙ୍କାକୁ ବୃଦ୍ଧି କରାଯାଇଛି।ସେହିପରି ଅତିକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୨୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପ୍ରିଲ ପହିଲାରୁ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି।
Ad..
Edited by k.s thakur...





No comments