ସମାପନ ହେଲା ପାଞ୍ଚ ଦିନିଆ ନୃସିଂହନାଥ ବୈଶାଖ ମେଳା ; ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ସହ ଧ୍ବଜା ବନ୍ଧନ... ବରଗଡ଼,୦୨/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପାଇକ...
ସମାପନ ହେଲା ପାଞ୍ଚ ଦିନିଆ ନୃସିଂହନାଥ ବୈଶାଖ ମେଳା ; ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ସହ ଧ୍ବଜା ବନ୍ଧନ...
ବରଗଡ଼,୦୨/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପାଇକମାଳ ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ଓ ପ୍ରସିଦ୍ଧ ବୈଶାଖ ମେଳା ମହୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳନ ହୋଇଯାଇଛି।
Ad..
ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ପାଳନ ହେଉଥିବା ରୁ ପ୍ରବଳ ଜନସମାଗମ ମଧ୍ୟରେ ମାର୍ଜାରକେଶରୀ ଙ୍କ ସନ୍ଧ୍ୟା ରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ସହ ସାଢେବାର ହଜାର ଆହୂତି ପଞ୍ଚମ ଦିନ ଚତୁର୍ଦଶୀ ତିଥି ଅନୁସାରେ ମନ୍ଦିର ରେ ଜନ୍ମ ଉତ୍ସବ...
Ad..
ପୂଜାର୍ଚ୍ଚନା ସହ କନ୍ଧ ସମାଜ ଦ୍ବାରା ମୁଖ୍ୟ ପୂଜା, ଗୁପ୍ତ ପୂଜା, ପିତ ବା ପିଠ କନ୍ଦା ଭୋଗ ଅର୍ପଣ, ମୁଖ୍ୟ ମନ୍ଦିର ରେ ଧ୍ବଜା ବନ୍ଧନ ସହ ପୂଜାର୍ଚ୍ଚନା ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।
Ad..
ଏହା ସହ ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ସନ୍ଧ୍ୟା ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗତ ୨୬ ତାରିଖ ରୁ ମେ ୧ ତାରିଖ ପାଞ୍ଚ ଦିନ ଧରି ଗନ୍ଧମାର୍ଦ୍ଧନ ପାହାଡ଼ରେ ମୂଷିକଦତ୍ୟ ରାକ୍ଷସଙ୍କ ଅଟ୍ଟହାସ୍ୟରେ କମ୍ପିଛି ମେଦିନୀ, ଥରହର ହୋଇଛି ବାସୁକୀ।
ବୈଶାଖ ମେଳା ମହୋତ୍ସବ ପୂର୍ବରୁ ଲୋକଙ୍କ ମଧ୍ୟରେ ଏକତା, ଭାଇଚାରା, ଉତ୍ସାହ, ଉଦ୍ଦୀପନାର ମାହୋଲ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ କରାଯାଇଥିଲା ନିଆରା ରଙ୍ଗୋଲି ମହୋତ୍ସବ କାର୍ଯ୍ୟକ୍ରମ ।
ବୈଶାଖ ମେଳା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ରଙ୍ଗୋଲି ମହୋତ୍ସବରେ ପଶ୍ଚିମ ଓଡ଼ିଶାର ସ୍କୁଲ ଓ କଲେଜ ସମେତ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ଏହି ମେଳାରେ ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ଚଳିତ ବର୍ଷ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେଉଥିବା ବୈଶାଖ ମେଳା ର ସନ୍ଧ୍ୟା ଗୁଡ଼ିକ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ସାଂସ୍କୃତିକ ଦଳ ଗୁଡିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏଥର ନୃସିଂହନାଥ ବୈଶାଖ ମେଳା ର ମାର୍ଜାରକେଶରୀ ସାଂସ୍କୃତିକ ମଣ୍ଡପ କୁ ଶ୍ରୀଯୁକ୍ତ ତୋଖନ ସାହୁ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ, ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର,ଡ. ମୁକେଶ ମହାଲିଙ୍ଗ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର, ପ୍ରଦୀପ ପୁରୋହିତ ମାନ୍ୟବର ସାଂସଦ(ବରଗଡ଼), ଚୁନିଲାଲ ସାହୁ ପ୍ରାକ୍ତନ ସାଂସଦ (ମହାସମୁନ୍ଦ),ଗୋବର୍ଦ୍ଧନ ଭୁଏ- ଅଧ୍ୟକ୍ଷ, ସ୍ୱତନ୍ତ୍ର ବିକାଶ ପରିଷଦ (SDC) ବରଗଡ଼,ହେମସାଗର ଭୋଇ(ଉପ-ଜିଲ୍ଲାପାଳ)ପଦ୍ମପୁର ପ୍ରମୁଖ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।
Edited by k.s thakur...





No comments