Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଦାଦନ ପ୍ରବଣ ଅଞ୍ଚଳରେ ପୋଲିସର ସଚେତନତା ବାଇକ ରାଲି ; ବାହାର ରାଜ୍ୟକୁ ଦାଦନ ନଯାଇ ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ...

ଦାଦନ ପ୍ରବଣ ଅଞ୍ଚଳରେ ପୋଲିସର ସଚେତନତା ବାଇକ ରାଲି ;  ବାହାର ରାଜ୍ୟକୁ ଦାଦନ ନଯାଇ ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ... କଣ୍ଟାବାଞ୍ଜି,୦୧/୦୫(ଆଶିଷ ଅଗ୍ରୱାଲ)...

ଦାଦନ ପ୍ରବଣ ଅଞ୍ଚଳରେ ପୋଲିସର ସଚେତନତା ବାଇକ ରାଲି ;  ବାହାର ରାଜ୍ୟକୁ ଦାଦନ ନଯାଇ ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ...


କଣ୍ଟାବାଞ୍ଜି,୦୧/୦୫(ଆଶିଷ ଅଗ୍ରୱାଲ) : ଆଜି ମଇ ୧ ତାରିଖ ‘ବିଶ୍ୱ ଶ୍ରମିକ ଦିବସ’ ଅବସରରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ମୁରିବାହାଲ ଥାନା ପକ୍ଷରୁ ଏକ ଭବ୍ୟ ମୋଟର ସାଇକେଲ ରାଲି ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି। 

Ad..


ଦାଦନ ସମସ୍ୟାକୁ ରୋକିବା ଏବଂ ନିରୀହ ଶ୍ରମିକମାନଙ୍କୁ ଶୋଷଣରୁ ରକ୍ଷା କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି। କଣ୍ଟାବାଞ୍ଜିରେ ଏସଡ଼ିପିଓ ଲଷ୍ମୀ ନାରାୟଣ ମାରାଣ୍ଡି ଓ  ମୁରିବାହାଲରେ ଥାନା ଆଇଆଇସି  ବୁଲୁ ମୁଣ୍ଡାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆଜି ସକାଳ ୯ ଟାରେ ଏହି ବାଇକ୍ ରାଲି ଉଭୟ ଥାନା ପରିସରରୁ ବାହାରିଥିଲା। 

    Ad..


ପୋଲିସ କର୍ମଚାରୀ ମାନେ ହାତରେ ସଚେତନତା ବାର୍ତ୍ତା ଦେବା ଲକ୍ଷ୍ୟରେ ସଂପୃକ୍ତ ଥାନା ଅଧୀନର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। କଣ୍ଟାବାଞ୍ଜି ଥାନା ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗାଁ ଓ ମୁରିବାହଲରେ ପାଖାପାଖି ୧୫ ରୁ ୨୦ଟି ଗ୍ରାମ ପରିକ୍ରମା କରି ଲୋକଙ୍କୁ ବାହାରକୁ ଦାଦନ ଖଟି ନଯିବାକୁ ସଚେତନ କରାଯାଇଥିଲା।

Ad..


ରାଲି ସମୟରେ ପୋଲିସ ପକ୍ଷରୁ ଗ୍ରାମବାସୀଙ୍କୁ ବଣ୍ଟାଯାଇଥିବା ପାମ୍ପଲେଟ୍ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଥିଲା। ଏଥିରେ ବିଶେଷ କରି ଅଗ୍ରିମ ଟଙ୍କା ଲୋଭରୁ ଦୂରେଇ ରହିବା ସହ ନିରୀହ ଲୋକମାନେ କିଭଳି ଦାଦନ ସର୍ଦ୍ଦାରଙ୍କ ଠାରୁ ଅଗ୍ରିମ ଟଙ୍କା ନେଇ ବାହାର ରାଜ୍ୟରେ ବେଠି ଖଟୁଛନ୍ତି ଓ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି, ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

Ad..


ବାହାର ରାଜ୍ୟକୁ ବିପଦପୂର୍ଣ୍ଣ ଭାବେ କାମ କରିବାକୁ ନଯାଇ ଓଡ଼ିଶା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ସ୍କିମ୍ ବା ଯୋଜନାର ଲାଭ ଉଠାଇ ନିଜ ଭିଟାମାଟିରେ ରୋଜଗାରକ୍ଷମ ହେବାକୁ ପରାମର୍ଶ ଦିଆଯାଇଥିଲା।

ଏହି ଅବସରରରେ ପୋଲିସ ଅଧିକାରୀ କହିଛନ୍ତି ଯେ, “ଅନେକ ସମୟରେ ସୂଚନା ଅଭାବରୁ ଗରିବ ଶ୍ରମିକମାନେ ଦଲାଲଙ୍କ କବଜାରେ ପଡି ହଇରାଣ ହୁଅନ୍ତି। ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଗ୍ରାମବାସୀଙ୍କ ପାଖରେ ସଠିକ୍ ସୂଚନା ପହଞ୍ଚାଇବା, ଯେପରି ସେମାନେ ବାହାରକୁ ଯାଇ ଶୋଷଣର ଶିକାର ନହୁଅନ୍ତି।”

ମୁରିବାହାଲ ପୋଲିସର ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।



Edited by k.s thakur...

No comments