ଜନଜାତି ର ସୁରକ୍ଷା ପାଇଁ ଜନଜାତି ସୁରକ୍ଷା ମଞ୍ଚ ମହିଳାଙ୍କ ଦିଲ୍ଲୀ ଯାତ୍ରା...
ପାଇଲମାଳ ,୨୩/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ବନବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଦୁର୍ଯୋଧନ ପୁଟା ଙ୍କ ନେତୃତ୍ୱରେ ନୂଆଦିଲ୍ଲୀ ଠାରେ ଜନଜାତି ସୁରକ୍ଷା ମଞ୍ଚ ଦ୍ୱାରା ଅନୁଷ୍ଠିତ ଜନଜାତି ସାଂସ୍କୃତିକ ସମାଗମ କାର୍ଯ୍ୟକ୍ରମରେ ଶହ ଶହ ମହିଳା ମାନେ ଦିଲ୍ଲୀ ଯାତ୍ରା କରିଛନ୍ତି।
Ad..
ଏ ଉପଲକ୍ଷେ ଆଜି ପାଇକମାଳ ଧର୍ମଶାଳାରୁ ଏକ ଶୋଭାଯାତ୍ରା ବାହାରି ପାଇକମାଳ ଛକ ପର୍ଯ୍ୟନ୍ତ ଯିବା ପରେ ସାଂସଦ ପ୍ରଦୀପ ପୁରୋହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭ କାମନା ଶୁଭେଚ୍ଛା ଜଣାଇଥିଲେ।
Ad..
ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀର ରାମଲୀଳା ମଇଦାନରେ ଜନଜାତି ସାଂସ୍କୃତିକ ସମାଗମ ସମାବେଶ ବହୁ ବରିଷ୍ଠ ଜନଜାତି ମହିଳା ମାନେ ଯୋଗଦେଇ ଜନଜାତି ମାନଙ୍କ ସୁରକ୍ଷା ଓ ହକ୍ ଅଧିକାର ନେଇ ବୈଠକ ଅନୁଷ୍ଠିତ ହେବ।
ଏହି କାର୍ଯ୍ୟକ୍ରମରେ ଅମ୍ବିକା ଭୋଇ,ମହମବତୀ ନାୟକ,କୌଶଲ୍ୟା ଧରୁଆ,ହେମଲତା ଧରୁଆ,ମମତା ବେହେରା,କାଞ୍ଚନ ନେତାମ,ପlରାବାଇ ପୁଟା,ଯଜ୍ଞାସିନି ପ୍ରଧାନ,ସୁନ୍ଦର ଭୋଇ,ଶଶିଧର ରାଉତ ପ୍ରମୁଖ ଯୋଗ ଦେଉଛନ୍ତି।
ଏହି ଯାତ୍ରାରେ ଯାଇଥିବା ମହିଳା ମହିଳା କର୍ମୀ ମାନଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ।
Edited by k.s thakur...



