ପ୍ରବଳ ତାପମାତ୍ରା ବୃଦ୍ଧି ଜନଜୀବନ ଅସ୍ତବ୍ୟସ୍ତ, ପକେଟ୍ ରେ ମୋବାଇଲ୍ ଜଳିଗଲା...

ପ୍ରବଳ ତାପମାତ୍ରା ବୃଦ୍ଧି ଜନଜୀବନ ଅସ୍ତବ୍ୟସ୍ତ, ପକେଟ୍ ରେ ମୋବାଇଲ୍ ଜଳିଗଲା...


ବରଗଡ଼,୨୩/୦୫(ବିଜୟ କୁମାର ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା ବରଗଡ଼ ଜିଲ୍ଲା ର ଗାଁ ଠୁ ସହର ସବୁଠି ତାପମାତ୍ରା ର ଚର୍ଚ୍ଚା। ଦିବାରାତ୍ର ଜନସାଧାରଣ ଗରମ ପବନରେ ଆଉଟୁ ପାଉଟୁ ହେଉଛନ୍ତି। 

Ad..


ବରଗଡ଼ ଜିଲ୍ଲା ରେ ତାପମାତ୍ରା ୪୫ ଡିଗ୍ରୀ ଉର୍ଦ୍ଧ୍ୱ ରେ ରହୁଛି। ପ୍ରବଳ ଗରମ ଯୋଗୁଁ ପଦ୍ମପୁର ସହରର ଜଣେ ବ୍ୟକ୍ତି ଙ୍କ ଘରେ ମୃତ୍ୟୁ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି ସେହିପରି ପଦ୍ମପୁର ସହରର ଥାନା ଠାରୁ ବସ୍ତି ଯିବା ଏକ ଦୋକାନ ରେ କାମକରୁଥିବା ଭେଉରିଆ ଗାଁ ର ଜଣକର ପକେଟ୍ ରେ ଥିବା ମୋବାଇଲ୍ ହଠାତ୍ ଫାଟିବା ଶବ୍ଦ କରି ଜଳି ଥିଲା ଫଳରେ ହଠାତ୍ ପକେଟ୍ ରୁ କାଢ଼ି ରାସ୍ତା ଉପରେ ଫିଙ୍ଗି ଦେଇଥିଲେ। 

     Ad..


ତୁରନ୍ତ  ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ ଫେରିଛନ୍ତି। ପକେଟ୍ ସ୍ଥାନରେ ନିଆଁ ଲାଗି ଚମଡ଼ା ପୋଡ଼ି ଯାଇଛି। ଏଭଳି ପରିସ୍ଥିତି ରହିଛି। ଗାଁ ଠାରୁ ସହର ସକାଳୁ ସନ୍ଧ୍ୟା ଓ ରାତିତମାମ ଗରମ୍ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଘରୁ ବାହାରକୁ ଯିବା ବଡ଼ କଷ୍ଟକର ହୋଇପଡ଼ିଛି। ବିଦ୍ୟୁତ୍ ବିଭାଗ ମଧ୍ୟ ଗଡ଼ବଡ଼ ହୋଇପଡ଼ିଛି। 

ପ୍ରତ୍ୟେକ ଦିନ ଅପରାହ୍ନ ୫ ଘଣ୍ଟା ସମୟରୁ ଅଧଘଣ୍ଟା ବିଦ୍ୟୁତ ସରବରାହ ବ୍ୟାଘାତ ହେଉଥିବା ରୁ ଗାଁ ଠାରୁ ସହର କଲବଲ ହେଉଛନ୍ତି। ସେହିପରି ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। 

ଅଙ୍ଗ ନଦୀ ନାଗେନଦର୍ହା ରୁ ହେଉଥିବା ଜଳଯୋଗାଣ ପ୍ରକଳ୍ପ ସୁଖିଲା ପଡିଛି ଫଳରେ ଦୁଇମାସ ଧରି ଟ୍ୟାଙ୍କର ଜଳଯୋଗାଣ ହେଉଛି। ଆବଶ୍ୟକତା ଠାରୁ କମ୍ ଜଳଯୋଗାଣ ହେଉଥିବା ରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି।



Edited by k.s thakur...

Post a Comment

Previous Post Next Post