ଭୀମ ଭୋଇ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ,ମହିମା ନଗରର ଯୁକ୍ତ ଦୁଇ ର ୫ ଜଣ କୃତି ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ... ବରଗଡ,୨୩/୦୫(ବିଜୟ କୁମାର ସାହୁ) : ଅଭାବ,...
ଭୀମ ଭୋଇ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ,ମହିମା ନଗରର ଯୁକ୍ତ ଦୁଇ ର ୫ ଜଣ କୃତି ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ...
ବରଗଡ,୨୩/୦୫(ବିଜୟ କୁମାର ସାହୁ) : ଅଭାବ, ଅସୁବିଧା ଥିବା ସତ୍ୱେ ଦୃଢ ଇଚ୍ଛା ଶକ୍ତି ଓ କଠିଣ ପରିଶ୍ରମ ବଳ ରେ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ ହୋଇଛନ୍ତି ବରଗଡ ବ୍ଲକ ଧାଙ୍ଗେର ପଂଚାୟତ ଅନ୍ତର୍ଗତ ମହିମା ନଗର ର ୫ ଜଣ ଛାତ୍ର ଛାତ୍ରୀ।
Ad..
ଏହି କୃତି ଛାତ୍ର ଛାତ୍ରୀ ଙ୍କୁ ଭୀମ ଭୋଇ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଛି, ଗୁରୁବାର ସନ୍ଧ୍ୟା ରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା ଯେଉଁ ଥିରେ ପଂଚାୟତ କଲେଜ ର ଛାତ୍ର ହେମନ୍ତ କୁମ୍ଭାର ୮୭.୧୬% ରଖି ଥିବା ଉତ୍ତୀର୍ଣ ହୋଇ ଥିବା ବେଳେ ଆରତୀ ଥପା ୭୨.୬୦% ରଖିଛନ୍ତି।
Ad..
ସେହିପରି ଲରମ୍ଭା କଲେଜ ର ଛାତ୍ରୀ ଲିପି ଭୋସାଗର, ଆସ୍ଥା ବାଗ, ରୋଜି ବନଛୋର ଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ବିକ୍ରମ ସାର ସଂଯୋଜନା କରିଥିବା ବେଳେ ଅତିଥି ଭାବେ ସମାଜ ସେବୀ ମାରିୟମ ବାର୍ଲା, ଆପ୍ ନେତା ଭବାନୀ ସାହୁ, ଅସିତ ସାହୁ, ସମିତି ସଭ୍ୟ ଡିଲେଶ୍ୱରୀ ନାଗ...
ସମାଜ ସେବୀ ଜି ରମେଶ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ଉଜ୍ଜଳ ମୟ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇ ଥିଲେ ସେହିପରି ଭୀମ ଭୋଇ କ୍ଲବ ର ସଦସ୍ୟ ମାନଙ୍କ ମଧ୍ୟ ରୁ ପ୍ରକାଶ କୁମ୍ଭାର,ସଂଜୟ ସୁନା,ଅନନ୍ତ ଦୀପ,ବିକ୍ରମ ସୁନା,କୁତ୍ରୁ ଦୀପ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
Edited by k.s thakur...




No comments