ପକ୍ଷୀଙ୍କ ସେବାରେ ଧୁମାଭଟା ସରପଞ୍ଚ...

ପକ୍ଷୀଙ୍କ ସେବାରେ ଧୁମାଭଟା ସରପଞ୍ଚ...


ବେଲପଡ଼ା,୨୩/୦୫(ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ୪୪ ଡିଗ୍ରୀ ତାପମାତ୍ରା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏଭଳି ସମୟରେ ପକ୍ଷୀଙ୍କୁ ସେବା ଯୋଗାଇବା ସହ ଅଭିନବ ପଦକ୍ଷେପ ନେଇଛନ୍ତି ଧୁମାଭଟା ସରପଞ୍ଚ ବନମାଳୀ ନାଏକ।

        Ad..


ଗତ ୮ ଦିନ ଧରି ସେ ନିଜ ଖର୍ଚ୍ଚରେ ବିଭିନ୍ନ ଗଛ ଓ ସ୍ଥାନରେ ପକ୍ଷୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ କଲୁ ବୁଡ଼େକ, ଶନିଦେବ ବୁଡ଼େକ, ଅଭି ଦେଓ ଓ ଥବିର ନାଏକ ସହଯୋଗ କରିଛନ୍ତି। 

    Ad..


ସରପଞ୍ଚ ଶ୍ରୀ ନାଏକଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଥିବା ବେଳେ ସେ ନିଜ ଘର ଛାତ କିମ୍ବା ଆଖପାଖ ଗଛ ନିକଟରେ ଛୋଟ ପାତ୍ରରେ ପାଣି ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।



Edited by k.s thakur...

Post a Comment

Previous Post Next Post