ବରଗଡ଼ ଜିଲ୍ଲାରେ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ...

ବରଗଡ଼ ଜିଲ୍ଲାରେ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ...



ବରଗଡ଼,୨୩/୦୫(ବିଜୟ କୁମାର ସାହୁ) :ସୋହେଲା ବ୍ଲକ ସମ୍ମିଳନୀ କକ୍ଷଠାରେ ଜନଜାତି ଗରିମା ଅଭିଯାନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ “ଜନ ଭାଗିଦାରୀ- ସବସେ ଦୂର, ସବସେ ପହଲେ" କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Ad..


ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶକ୍ରମେ ମେ ମାସ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନରେ ପରିଚାଳିତ ହେଉଥିବା ଜିଲ୍ଲାର ୧୫୭ ଗୋଟି ଜନଜାତି ବହୁଳ ଗ୍ରାମରେ...

    Ad..


ଏହି ଅଭିଯାନ ମାଧ୍ୟମରେ ଦୂରଦୂରାନ୍ତରରେ ବସବାସ କରୁଥିବା ଆଦିବାସୀ ଏବଂ ବିଶେଷ ଭାବେ ବିପନ୍ନ ଜନଜାତି ସମୁଦାୟଙ୍କ ପାଖରେ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଏବଂ ମିଶନ ଶକ୍ତି ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ଏହି ଅଭିଯାନରେ କାର୍ଯ୍ୟ କରିବେ। 

ସୂଚନାଯୋଗ୍ୟକୀ, ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର ୧୫୭ ଗୋଟି ଜନଜାତି ବହୁଳ ଗ୍ରାମରେ ବିଶେଷ କ୍ୟାମ୍ପ ଆୟୋଜନ କରାଯାଇ ଜନଜାତି ସମ୍ପ୍ରଦାୟର ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଅଧୀନରେ ସମ୍ପୂର୍ଣ୍ଣ ସୁବିଧା ପ୍ରଦାନ ସହ ଆଧାର କାର୍ଡ ପଞ୍ଜୀକରଣ ଓ ସଂଶୋଧନ, ଆୟୁଷ୍ମାନ ଭାରତ...

ରେସନ କାର୍ଡ, ସାମାଜିକ ଭତ୍ତା, ବ୍ୟାଙ୍କ ଆକାଉଣ୍ଟ ଏବଂ ଜାତିଗତ ପ୍ରମାଣପତ୍ର ଭଳି ଅତ୍ୟାବଶ୍ୟକ ସରକାରୀ ସେବା ଲୋକଙ୍କୁ ସିଧାସଳଖ ନିଜ ଗାଁରେ  ଯୋଗାଇ ଦିଆଯାଉଛି ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମସ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରଖି ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ପ୍ରତ୍ୟେକ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ସ୍ଥଳୀୟ ଭାବେ ସେବା ଯୋଗାଇ ଦେବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିବା ବେଳେ...

ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦମପୁର ଉପ-ଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ ଏବଂ ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପ୍ରଧାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post