ପଥର ଖଣି ପୋଖରୀରେ ବୁଡି ଯୁବକ ମୃତ...
କଣ୍ଟାବାଞ୍ଜି,୨୨/୦୫(ନି.ପ୍ର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧୀନ ଚଟୁଅନକା ଗାଁର ଯଦୁ ନିଆଲ (୨୪) ନାମକ ଜଣେ ଯୁବକଙ୍କ ଗାଁରୁ ପ୍ରାୟ ୪ କିମି ଦୂରତା ରେ ଥିବା ବେଲପଡା ଥାନା ଅନ୍ତର୍ଗତ ଏକ ପଥର ଖଣି ପୋଖରୀ ରେ ବୁଡି ମୃତ୍ୟୁ ଘଟିଛି।
Ad..
ସୂଚନା ଅନୁସାରେ, ପ୍ରବଳ ଗରମ ଯୋଗୁ ଗାଧୋଇବାକୁ ସେମାନଙ୍କ ଭିତରେ ଆଗ୍ରହ ଭରି ରହିଥିଲା।ହେଲେ ଏହି ଗାଧୁଆ ତାଙ୍କ ପାଇଁ ଯେ ଶେଷ ଗାଧୁଆ ହେବ ତାହା କିଏ ବା ଜାଣିଥିଲା। ସତେ ଯେମିତି ମୃତ୍ୟୁ ଅନେଇ ବସିଥିଲା। ପାଣିକୁ ଡେଇଁବା ପରେ ଆଉ ଉପରକୁ ଆସି ନ ଥିଲେ।
Ad..
ଡୁଙ୍ଗୁରିପାଲିର ଏହି ଅବ୍ୟବହୃତ ପଥର ଖଣିକୁ ଗୁରୁବାର ସକାଳେ ସେ ତାଙ୍କ ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲେ।ଅନେକ ସମୟ ଧରି ସେ ପାଣିରୁ ନ ବାହାରିବା ପରେ ସେଠାରେ ଥିବା ତାଙ୍କ ସାଙ୍ଗ ମାନଙ୍କ ସହ ଅନ୍ୟ ଲୋକେ ତୁରନ୍ତ ବେଳପଡା ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ବେଲପଡା ଓ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।ହେଲେ ଉଦ୍ଧାର କାର୍ଯ୍ୟ ସହଜ ନ ଥିଲା।ପ୍ରବଳ ଗଭୀର ହେତୁ ପତ୍ତା ମିଳୁ ନ ଥିଲା।ଶେଷରେ ଅକ୍ସିଜେନ ସିଲିଣ୍ଡର ନେଇ ଅଗ୍ନିଶମ କର୍ମଚାରୀ ଭିତରକୁ ପଶିଥିଲେ।
କିଛି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ମୃତଦେହ ଉଦ୍ଧାର ହୋଇଥିଲା।ମୃତଦେହ ଜବତ କରି ବେଲପଡ଼ା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶେଷରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏହି ଘଟଣାକୁ ନେଇ ଯଦୁଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି।ତେବେ ସାହି ପଡିଶା ଲୋକଙ୍କ ସହ ପରିବାର ଲୋକେ ସନ୍ଧ୍ୟାରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ।
Edited by k.s thakur...



