ଜଙ୍ଗଲରୁ ୩ ବନ୍ଧୁକ ଜବତ ; ଶିକାରୀଙ୍କୁ ଖୋଜୁଛି ପୋଲିସ...

ଜଙ୍ଗଲରୁ ୩ ବନ୍ଧୁକ ଜବତ ; ଶିକାରୀଙ୍କୁ ଖୋଜୁଛି ପୋଲିସ...


ଦାରିଙ୍ଗବାଡ଼ି,୦୫/୦୫(ନି.ପ୍ର): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ ବନ୍ଧୁକ ଉଦ୍ଧାର କରିଛି। 

Ad..


ଏନେଇ କେସ୍‌ ନଂ ୧୦୬/୨୬ରେ ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ବନ୍ୟପ୍ରାଣୀଙ୍କ ଅବୈଧ ଶିକାର ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଲୁଚାଇ ରଖାଯାଇଥିଲା ବୋଲି ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି।

    Ad..


ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଉଛି ବୋଲି ସେ କହିଛନ୍ତ।ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବନାଞ୍ଚଳ ଅଧୀନରେ ପର୍ତ୍ତମାହା ଜଙ୍ଗଲ ରହିଛି ବନ ବିଭାଗର ପାଟ୍ରୋଲିଂ ସଠିକ୍‌ ଭାବରେ ହେଉ ନ ଥିବା ଓ ଏହି ବନାଞ୍ଚଳର...

    Ad..


ଜଙ୍ଗଲ ଗୁଡିକରେ ବେଧଡ଼କ ଭାବେ ଶିକାରୀମାନେ ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଶିକାର କରୁଥିବା ନଜିର ରହିଛି। ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ଶିକାର ରୋକିବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।



Edited by k.s thakur...

Post a Comment

Previous Post Next Post