ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : କଣାସ ଥାନାର ୩ ଏଏସ୍‌ଆଇଙ୍କ ବଦଳି, ୪ ଗିରଫ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : କଣାସ ଥାନାର ୩ ଏଏସ୍‌ଆଇଙ୍କ ବଦଳି, ୪ ଗିରଫ...


ପିପିଲି,୦୫/୦୫(ନି.ପ୍ର) : ପୁରୀ ଜିଲ୍ଲା କଣାସରେ ମାଛ ବଜାରରେ ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିବା ଘଟଣା। କଣାସ ଥାନାର ୩ ଏଏସ୍‌ଆଇଙ୍କୁ ପୁରୀ ଏସ୍‌ପି ବଦଳି କରିଛନ୍ତି। ଜୁମର ବିଶ୍ଵାଳ, ସଞ୍ଜୟ ପାଟ୍ଟଶାଣୀ ଓ ସନ୍ତୋଷ ଉଦୟସିଂହଙ୍କୁ ଅସ୍ତରଙ୍ଗ, କାକଟପୁର ଓ କୃଷ୍ଣପ୍ରସାଦ ଥାନାକୁ ବଦଳି କରାଯାଇଛି। 

Ad..


ଏହି ଘଟଣାରେ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିବା ପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ। 

    Ad..


କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଶନିବାର ଦିନ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। 

    Ad..


ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହିଥିବାବେଳେ ବଜାରରେ ଦୁର୍ବୁତ୍ତମାନେ ଆତଙ୍କ ଖେଳାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।



Edited by k.s thakur...

Post a Comment

Previous Post Next Post