ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କରି ମାନବିକତା ଦେଖାଇଲା 'ସଂକଳ୍ପ ପରିବାର'...

ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କରି ମାନବିକତା ଦେଖାଇଲା 'ସଂକଳ୍ପ ପରିବାର'...


ବରଗଡ଼,୧୨/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାରର ସଦସ୍ୟ ଏକ ଅସହାୟ ସବ ସତ୍କାର ମାନବିକତାର ପରିଚୟ ଦେଇଛନ୍ତି। 

Ad..


ବରଗଡ଼ ଅମ୍ବାପାଲି ଅଞ୍ଚଳରେ ରହୁଥିବା ଜଣେ ଅସହାୟ ବୃଦ୍ଧା ମାଳତୀ ମଙ୍ଗରାଜଙ୍କ ମୃତ୍ୟୁ ପରେ, ସଂଗଠନ ପକ୍ଷରୁ ତାଙ୍କର ଶେଷ ସଂସ୍କାର ସମ୍ପନ୍ନ କରାଯାଇଛି। ଘଟଣା ଅନୁସାରେ ମୃତ ମାଳତୀ ମଙ୍ଗରାଜ (୮୦ ବର୍ଷ) ଓ ତାଙ୍କ ସ୍ୱାମୀ ଦେବା ମଙ୍ଗରାଜ ମୂଳତଃ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେବ ବରଗଡ଼ ଅମ୍ବାପାଲି ୱାର୍ଡ ନଂ-୧୭ ରେ ରହି ଭିକ୍ଷାବୃତ୍ତି କରି ଗୁଜରାଣ ମେଣ୍ଟାଉଥିଲେ। 

    Ad..


ବାର୍ଦ୍ଧକ୍ୟ ଜନିତ କାରଣରୁ ମାଳତୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାମୀ ଅତି ଗରିବ ଓ ଅସହାୟ ହୋଇଥିବାରୁ ଶବ ସଂସ୍କାର କରିବା ପାଇଁ ଅକ୍ଷମ ଥିଲେ। ଏ ସମ୍ପର୍କରେ ବରଗଡ଼ ଟାଉନ ଥାନା ପକ୍ଷରୁ ସଂକଳ୍ପ ପରିବାରକୁ ଅବଗତ କରାଯାଇ ଶବ ସଂସ୍କାର ପାଇଁ ଅନୁରୋଧ କରାଯାଇଥିଲା। 

Ad..


ଖବର ପାଇ ସଂକଳ୍ପ ପରିବାରର ସଭାପତି ବିକାଶ ଆଗ୍ରୱାଲ, ଚିନ୍ମୟ ପାଣ୍ଡେ, ଅନନ୍ତ ଚରଣ ସାହୁ, ନୀଲେଶ ପଧାନ, ଭବାନୀ ସାହୁ ପ୍ରମୁଖ ସଦସ୍ୟମାନେ ତୁରନ୍ତ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସମସ୍ତ ରୀତିନୀତି ଅନୁଯାୟୀ ବରଗଡ଼ ସ୍ୱର୍ଗଦ୍ୱାର ଠାରେ ସସମ୍ମାନେ ଶବ ସଂସ୍କାର କରିଛନ୍ତି। 

ସଂଗଠନର ଏହି ନିସ୍ୱାର୍ଥପର ସେବା ଓ ମାନବିକତାକୁ ସହରର ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।"ମଣିଷ ପଣିଆ ହିଁ ସବୁଠୁ ବଡ଼ ଧର୍ମ" - ଏହି ବାର୍ତ୍ତାକୁ ପୁଣି ଥରେ ପ୍ରମାଣିତ କରିଛି ସଂକଳ୍ପ ପରିବାର।



Edited by k.s thakur...

Post a Comment

Previous Post Next Post