କେନ୍ଦୁ ପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଗୁରୁତର ଆହତ, ନୂଆପଡା ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ... ପାଇକମାଳ,୧୨/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପାଇ...
କେନ୍ଦୁ ପତ୍ର ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଗୁରୁତର ଆହତ, ନୂଆପଡା ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ...
ପାଇକମାଳ,୧୨/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଆଜି ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ଭୟାବହ ଘଟଣା ଘଟିଛି। କେନ୍ଦୁ ପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଗ୍ରାମର ସାମନ୍ତ ଛତର (୪୧), ପିତା ଗନ୍ଧର୍ବ ଛତର, ଙ୍କୁ ଏକ ଭାଲୁ ହଠାତ୍ ଆକ୍ରମଣ କରି ଗୁରୁତର ଭାବେ ଆହତ କରିଦେଇଛି।
Ad..
ଭାଲୁର ମରଣାନ୍ତକ ଆକ୍ରମଣରେ ସାମନ୍ତଙ୍କ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ସହଯାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ବର୍ତ୍ତମାନ ସେଠାରେ ସେ ଜୀବନ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି।
Ad..
ଏହି ଘଟଣା ପରେ ଛେତଗାଁ ସହ ସମଗ୍ର ପାଇକମାଳ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶେଷକରି କେନ୍ଦୁ ପତ୍ର ସଂଗ୍ରହ ପାଇଁ ଜଙ୍ଗଲକୁ ଯାଉଥିବା ଲୋକମାନେ ଭାଲୁ ଉପଦ୍ରବକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
Ad..
ଗ୍ରାମବାସୀମାନେ ଜଙ୍ଗଲ ଓ ପରିବେଶ ବିଭାଗ, କେନ୍ଦୁ ପତ୍ର ବିଭାଗ ଏବଂ ସ୍ଥାନୀୟ ପ୍ରଶାସନଙ୍କୁ ତୁରନ୍ତ ହସ୍ତକ୍ଷେପ କରି ପୀଡ଼ିତଙ୍କୁ ଉଚିତ କ୍ଷତିପୂରଣ ସହ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ସହିତ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁ ଉପଦ୍ରବ ରୋକିବାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ ହୋଇଛି।
Edited by k.s thakur...





No comments