ବରଗଡ଼ରେ ନୂଆ ଏସପି ଭାବେ ଗତକାଲି ସନ୍ଧ୍ୟାରେ ଯୋଗଦେଲେ ରବିନ୍ଦ୍ରନାଥ ଶତପଥୀ :"କ୍ରିମିନାଲଙ୍କ ଦାଦାଗିରି ଚଳିବନି"...
ବରଗଡ଼,୨୮/୦୫(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲାର ନୂଆ ଏସପି ଭାବେ ଆଜି ସନ୍ଧ୍ୟାରେ ଯୋଗଦାନ କରିଛନ୍ତି ରବିନ୍ଦ୍ରନାଥ ଶତପଥୀ। ପୂର୍ବତନ ଏସପି ପ୍ରହ୍ଲାଦ ସାଏ ମିନାଙ୍କ ବଦଳି ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।
Ad..
ଯୋଗଦାନ ପରେ ଏସପିଙ୍କ ପ୍ରଥମ ପ୍ରତିକ୍ରିୟା ହେଉଛି ଯେ ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏସପି ରବିନ୍ଦ୍ରନାଥ ଶତପଥୀ କହିଛନ୍ତି, "ବରଗଡ଼ରେ କୌଣସି କ୍ରିମିନାଲର ଦାଦାଗିରି ଚଳିବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ।" ପ୍ରାଥମିକତା ଦେଇ ନିଜ ମତାମତ ଉପସ୍ଥାପନ କରିଛନ୍ତି।
Ad..
ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ସେ କହିଛନ୍ତି ଯେ ପ୍ରଥମେ ବରଗଡ଼ ସହରରେ ଥିବା ଟ୍ରାଫିକ୍ ସମସ୍ୟାର ସମାଧାନ କରାଯିବ। ସେହିପରି ବରଗଡ଼ ସହରରେ କଫସିରଫ, ଗଞ୍ଜେଇ, ଡ୍ରଗ୍ସ ଆଦି ନିଶା କାରବାରକୁ ସମ୍ପୂର୍ଣ ଭାବେ ମୂଳପୋଛ କରାଯିବ।
ସେହିପରି "କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର ବରଗଡ଼ବାସୀଙ୍କ ସ୍ୱାଭିମାନକୁ ସମ୍ମାନ ଜଣାଇ ଲୋକଙ୍କ ଭାବାବେଗକୁ ପୋଲିସ୍ ପ୍ରଶାସନ ସମ୍ମାନ ଦେଇ ନ୍ୟାୟ ପ୍ରଦାନ କରିବ", ବୋଲି ଏସପି କହିଛନ୍ତି ।ଏସପି ଶତପଥୀ ଆହୁରି କହିଛନ୍ତି ଯେ କଳା, ସାହିତ୍ୟ, ସଂସ୍କୃତିର ଗନ୍ଥାଘର ବରଗଡ଼ବାସୀଙ୍କୁ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ।
ତେବେ ପୋଲିସ୍ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ ପାଇଁ ସେ ଜନତାଙ୍କ ସହଯୋଗ ଲୋଡିଛନ୍ତି । ଧନୁଯାତ୍ରା ଗେଟ୍ ଭଙ୍ଗା ଘଟଣାକୁ ନେଇ ଜିଲ୍ଲାରେ ରାଜନୈତିକ ବାତାବରଣ ସରଗରମ ଥିବାବେଳେ ନୂଆ ଏସପିଙ୍କ ଯୋଗଦାନ ପରେ ଲୋକେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି।
ବିଜେପି ସାଂସଦ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ପ୍ରଶାସନ ନଶୁଣିବା ନେଇ ବିଜେଡି ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଥିଲେ। ଯାହା ବରଗଡ଼ ଜିଲ୍ଲା ରାଜନୀତିରେ ସବୁଠାରୁ ବଡ ଆଲୋଚନା ପାଲଟିଛି।
Edited by k.s thakur...



