ବରଗଡ଼ ଜିଲ୍ଲା ପଦ୍ମପୁରରେ ପାନୀୟ ଜଳ ସଙ୍କଟ ଉତ୍କଟ : "ଗେଟ୍ ପାଇଁ ଭିଜିଲାନ୍ସ ତଦନ୍ତ ଦାବି କଲେ ସାଂସଦ, ପାଣି ପାଇଁ କାହିଁକି ନୁହେଁ?" - ପଦ୍ମପୁର ଜନତାଙ୍କ ପ୍ରଶ୍ନ...
ବରଗଡ଼,୨୮/୦୫(ବିଜୟ କୁମାର ସାହୁ): ସୁଖା ପଡିଛି ଅଙ୍ଗ ନଦୀ। ଲୋକ ଙ୍କୁ ମିଳୁନାହିଁ ପିଇବା ପାଣି। ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ପାଇଁ ତିଆରି ହୋଇଥିବା ଏହି ପ୍ରକଳ୍ପ ମାଟି ଫାଟି ଆଁ କଲାଣି। ଲୋକ ଙ୍କୁ ମିଳୁନାହିଁ ପିଇବା ପାଣି। ସରକାର ହୁଅନ୍ତୁ ବା ବିରୋଧୀ ଏହି ପ୍ରକଳ୍ପ ପାଇଁ କେହି କିଛି କହୁ ନାହାନ୍ତି।
Ad..
ଦିର୍ଘ ଦୁଇମାସ ହେବ ଅଙ୍ଗ ନଦୀ ର ଏହି ଦର୍ବେକେଲା ସାଲେଗିଡି ପ୍ରକଳ୍ପ ସୁଖା ଥିବାରୁ ପଦ୍ମପୁର ସହରର ଜନସାଧାରଣ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଲୋକ ଙ୍କୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯାଉଛି।
Ad..
୫୦/୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ସୁଖା ଥିବାରୁ ଏଥିରେ ଅନିୟମିତତା ଥିବାର ସନ୍ଦେହ ରହୁଛି ସରକାର ଏହାକୁ ତଦନ୍ତ କରିବେକି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏଥିପାଇଁ କାହାରି ତତ୍ପରତା ଦେଖା ଯାଇନଥିବା ବେଳେ
ବରଗଡ଼ ଧନୁଯାତ୍ରା ଗେଟ୍ ଭଙ୍ଗା ଘଟଣାରେ ତୁରନ୍ତ ଚିଠି ଲେଖି ଭିଜିଲାନ୍ସ ତଦନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସାଂସଦଙ୍କୁ ଏବେ ପଦ୍ମପୁରବାସୀଙ୍କ ପ୍ରଶ୍ନ। ସହରରେ ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ସେଥିପାଇଁ ସାଂସଦ କାହିଁକି ଚିଠି ଲେଖିନାହାନ୍ତି ।
ସାଂସଦ ଜନତାଙ୍କ ମୌଳିକ ସମସ୍ୟା ବେଳେ ନିରବ କାହିଁକି? ପାଣି, ରାସ୍ତା, ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗ ବି ସମାନ ଗୁରୁତ୍ୱପୂର୍ଣ୍ଣ। ଯଦି କୈଣସି ପ୍ରତିକାର ଚିନ୍ତା କରିଛନ୍ତି ତାହା ସାଧାରଣ ଜନତା ଜାଣିପାରୁ ନାହାନ୍ତି କାହିଁକି?
"ପଦ୍ମପୁରବାସୀ ଦାବି କରିଛନ୍ତି ଯେ ଧନୁଯାତ୍ରା ଗେଟ୍ ଭଳି ପାନୀୟ ଜଳ ସମସ୍ୟା ପାଇଁ ବି ସାଂସଦ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ଓ ସଂସଦରେ ପ୍ରସଙ୍ଗ ଉଠାନ୍ତୁ। "ଅସ୍ମିତା ସହ ଜୀବନ ବି ଜରୁରୀ" ବୋଲି ସହରର ସାଧାରଣ ଜନତା କହିଛନ୍ତି।
Edited by k.s thakur...



