ତହସିଲ୍ କାର୍ଯ୍ୟାଳୟଠାରେ ଧାରଣା ଦେଲେ ଗମ୍ଭାରୀ ଗାଁର ଦୋକାନୀ...
ବେଲପଡ଼ା,୨୮/୦୫(ତ୍ରିନାଥ ବାଗ) : ବର୍ତ୍ତମାନ ବିଜେପି ସରକାର ଆସିବା ପରେ ସାରା ଓଡିଶାରେ ବେଆଇନ ଭାବେ ଜବରଦଖଲ କରିଥିବା ଏହିଗୁଡିକ ଚିହ୍ନଟ କରି ଉଚ୍ଛେଦ ପ୍ରକ୍ରିୟା ଚଳାଇଛି ଯାହାକି ରାଜ୍ୟବାସୀ ଙ୍କ ଠାରୁ ସ୍ବାଗତଯୋଗ୍ୟ ବୋଲି ବିବେଚିତ କରାଯାଉଛି ।
Ad..
କିନ୍ତୁ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଗମ୍ଭାରୀ ଗ୍ରାମର ସରକାରୀ ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାବେଳେ ତହସିଲଦାର ପାତରଅନ୍ତର ନୀତି ଅବଲମ୍ବନ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।
Ad..
ତାଙ୍କ କହିବା ଅନୁଯାୟୀ,ଗମ୍ଭାରୀ ବଜାର ପ୍ରାଙ୍ଗଣରେ ସ୍ଥାନୀୟ କିଛି ଲୋକ କ୍ଷୁଦ୍ର ବ୍ୟବସାୟ (ଦୋକାନ) କରି ପେଟ ପୋଷୁଛନ୍ତି। କିନ୍ତୁ ସେଠାରେ କୌଣସି ସରକାରୀ ଅନୁଷ୍ଠାନ ସଭାଗୃହ ନିର୍ମାଣ କାର୍ଯ୍ୟ କରିବା ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ କିଛି ଦୋକାନ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଜେସିବି ଲଗାଇ ଭାଙ୍ଗି ଦିଆଯାଇଥିଲା।
କିନ୍ତୁ ଦୁଃଖର ବିଷୟ ଏହି କି ଯେ ତାଙ୍କ ଗ୍ରାମରେ ଅନେକ ଗୁଡ଼ିଏ ଲୋକ ସରକାରୀ ଜମି ଅକ୍ତିଆର କରି ନେଇଛନ୍ତି। କିନ୍ତୁ ରାଜନୈତିକ ଆକ୍ରୋଶମୂଳକ ଭାବେ କିଛି ଗରିବ ଲୋକଙ୍କ ଦୋକାନ ଭାଙ୍ଗିଥିବା ଯୋଗୁଁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି।
ଯଦି ସତରେ ସରକାରୀ ବିକାଶ ତାଙ୍କ ମୂଲ ଲକ୍ଷ୍ୟ ତାହେଲେ ସମସ୍ତଙ୍କୁ ସମାନ ଦୃଷ୍ଟିରେ କାହିଁକି ଦେଖାଯାଉ ନାହିଁ ବୋଲି ସେମାନେ କହିଛନ୍ତି। ଏହାର ପ୍ରତି ବାଦରେ ଆଜି ପ୍ରଚଣ୍ଡ ଖରାରେ ସକାଳ ୮ ଟା ରୁ ୧ ଟା ପର୍ଯ୍ୟନ୍ତ ବେଲପଡା ତହସିଲ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ।
ଶେଷରେ ବାଧ୍ୟହୋଇ ଅପରାହ୍ନ ୧ଟାରେ ତହସିଲଦାର ଅଭିଷେକ କିସାନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ଏକ ମାସ ଭିତରେ ଆହୁରି ୨୨ ଜଣଙ୍କ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
ଉକ୍ତ ଧାରଣାରେ ବେଲପଡା ବ୍ଳକ ଗମ୍ଭାରୀ ଗାଁର ଆକାଶ ସାହୁ, ମଦନ ସାହୁ, ବିଜୟ ସାହୁ,କନକ ସାହୁ, ବାଳକୃଷ୍ଣ ସାହୁ, ରାଜୁ ସାହୁ, ଅଶୋକ ସାହୁ, ଶଶୀ ମାଝୀ, କାହ୍ନା ମଛଖଣ୍ଡ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Edited by k.s thakur...



