ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ...

ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ...


ଭୁବନେଶ୍ଵର/ନୂଆଦିଲ୍ଲୀ,୨୯/୦୫(ବ୍ୟୁରୋ) : ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ୪ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ସ୍ଥାପନ ହେବ।
Ad..



କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ ଆଜି ଏହି ସୂଚନା ଦେଇଛନ୍ତି।ନ୍ୟାସନାଲ କ୍ରିଟ୍ରିକାଲ ମିନେରାଲ ମିସନ (ଏନ୍‌ସିଏମ୍‌ଏମ୍‌) କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ ଗୁରୁତ୍ବପୂର୍ଣ୍ଣ ଖଣିଜ ପାଇଁ ପୃଥକ୍‌ ଖଣି ବ୍ଲକ ପ୍ରସ୍ତୁତ ହୋଇଛି। 

    Ad..


ଦେଶ ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏଥିଲାଗି ବଡ଼ ନିଲାମ ହାତକୁ ନିଆଯାଇଛି। ବହୁସଂଖ୍ୟକ ଖଣିଜ ବ୍ଲକ୍‌ ସଫଳତାର ସହ ନିଲାମ ହୋଇସାରିଛି। ବିଦ୍ୟୁତ ଯାନ, ସବୁଜ ଶକ୍ତି, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଏବଂ ଅନ୍ୟାଧୁନିକ ଉତ୍ପାଦନ କ୍ଷେତ୍ରରେ ଏସବୁ ସାମଗ୍ରୀର ଆବଶ୍ୟକତା ଯଥେଷ୍ଟ ରହିଛି। 

ଏସବୁ ସାମଗ୍ରୀର ଯୋଗାଣକୁ ମଜଭୁତ କରିବା ଲାଗି କେନ୍ଦ୍ର ସରକାର ଅନେକ ଦେଶ ସହିତ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।ମିସନର ପରବର୍ତ୍ତୀ ପର୍ଯ୍ୟାୟର ଅଂଶଭାବେ କେନ୍ଦ୍ର ସରକାର ଓଡ଼ିଶା, ଗୁଜରାଟ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ ଯୋଜନା ଦିଗରେ ଆଗକୁ ବଢ଼ୁଛନ୍ତି। 

ସଂପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ଏଥିପାଇଁ ଜମି ଆବଣ୍ଟନ କରିଛନ୍ତି। ଏହାକୁ ଆଗକୁ ନେବା ପାଇଁ ରାଜ୍ୟ ପ୍ରଶାସନ କାର୍ଯ୍ୟ କରୁଛି। ଏସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ କ୍ଷେତ୍ରରେ ଦେଶର ପ୍ରକ୍ରିୟାକରଣ ଓ ବିଶୋଧନ କ୍ଷମତା ବଢ଼ାଇବ। 

ଏସବୁ ସାମଗ୍ରୀ ପାଇଁ ଭାରତ ଅନ୍ୟ ଦେଶଉପରେ ବହୁମାତ୍ରାରେ ନିର୍ଭରଶୀଳ ରହିଛି। ଆସନ୍ତାବର୍ଷ ସୁଦ୍ଧା ଏ କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ଦେଖିବାକୁ ମିଳିବ ବୋଲି ମନ୍ତ୍ରୀ କହିଛନ୍ତି।



Edited by k.s thakur...

Post a Comment

Previous Post Next Post