୪ ଦିନ ବିଦ୍ୟୁତ ନଥିବାରୁ ଶକ୍ତି ବିଭାଗର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ...
ଦେବଗଡ଼,୨୯/୦୫(ନି.ପ୍ର) : ଦେବଗଡ଼ର ଦୁଧିଆନାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୪ ଦିନ ବିଦ୍ୟୁତ ନଥିବାରୁ ଶକ୍ତି ବିଭାଗର ତିନି ଜଣ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧି ତୁରନ୍ତ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
Ad..
ସ୍ଥାନୀୟ ଲୋକମାନେ କହିଛନ୍ତି ଯେ କାଳବୈଶାଖୀ ଝଡ଼ ଯୋଗୁଁ ଧୋଲପଡ଼ା, ଦୁଧିଆନାଲି ଏବଂ ତାଳକୁଣ୍ଡି ପଞ୍ଚାୟତରେ ବିଦ୍ୟୁତ୍ ଖୁଣ୍ଟ ଏବଂ ତାରଗୁଡ଼ିକ କ୍ଷତିଗ୍ରସ୍ତ ହେବା ପରେ ଚାରି ଦିନ ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି।
Ad..
ବାରମ୍ବାର ଅନୁରୋଧ ସତ୍ତ୍ୱେ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇନଥିଲା, ଯାହା ଅଞ୍ଚଳବାସୀଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଥିଲା।
Edited by k.s thakur...



