Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଛତରଙ୍ଗ ରେ କନ୍ଧ ସମାଜ ବୈଠକ...

ଛତରଙ୍ଗ ରେ କନ୍ଧ ସମାଜ ବୈଠକ... ମୁରିବାହାଲ/ବଙ୍ଗୋମୁଣ୍ଡା,୨୦/୦୫(ଶଙ୍କର ମାଝୀ) : ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରା.ପ. ଛ ତରଙ୍ଗ ...

ଛତରଙ୍ଗ ରେ କନ୍ଧ ସମାଜ ବୈଠକ...


ମୁରିବାହାଲ/ବଙ୍ଗୋମୁଣ୍ଡା,୨୦/୦୫(ଶଙ୍କର ମାଝୀ) : ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଦ ଗ୍ରା.ପ. ଛ ତରଙ୍ଗ ଠାରେ  ଯୁବ ସଂଗଠନ ର ଜିଲ୍ଲା ଉପଦେଷ୍ଟା ଶ୍ରୀମାନ ଆର୍ତ୍ତ ତ୍ରାଣ ଭୋଇ ଙ୍କ ର ନେତୃତ୍ୱ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।

Ad..


ସର୍ବ ପ୍ରଥମେ ମା ଇଷ୍ଟ ଦେବୀ  ଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂଗଠନ ର ଜିଲ୍ଲା ସଭାପତି ଶ୍ରୀ ସୁରେଶ ଭୋଇ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଡିଙ୍ଗର ଭୋଇ, ଜଗଦୀଶ ସିଂ ଭୋଇ, କପିଳାସ ଭୋଇ, ମିନିକେତନ ପାତ୍ର, ଉପଦେଷ୍ଟା, ଲଳିତ ଯାନୀ, ହାଡିବନ୍ଧୁ ଭୋଇ,ଯୋଗ ଦେଇ ସଭା କୁ ଉଦବୋଧନ ଦେଇଥିଲେ।

   Ad..


କଳାହାଣ୍ଡି ରାୟଗଡା ଜିଲ୍ଲା ସିଜିମାଳୀ, ତିଜମାଳୀ, କୁତ୍ରୁମାଳୀ ରେ ଆଦିବାସୀ ମାନଙ୍କର ଜଳ ଜଙ୍ଗଲ ଜମି ଉପରେ କମ୍ପାନୀ ମନମୁଖୀ ବିସ୍ଥାପନ ନୀତି କୁ ବିରୋଧ କରିବା ସହିତ ଆନ୍ଦୋଳନ କାରୀ ଆଦିବାସୀ ନେତା ମାନଙ୍କୁ ନିସର୍ତ୍ତ ଜେଲ ରୁ ଖଲାସ କରିବା ପାଇଁ ଦାବି କରାଯାଇଥିଲା। 

କନ୍ଧ ଆଦିବାସୀ ଜାତି ର ପ୍ରଥା ପରମ୍ପରା ରୂଢି ପ୍ରଥା  ବିକାଶ ସମାନତା ଶିକ୍ଷା  ପାଇଁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ।ଉକ୍ତ ବୈଠକ ରେ ଅଭି ପୂଝରୀ, ନନ୍ଦିକିଶୋର ମାଝୀ, ପକ୍ଷୀ ରାଜ ଭୋଇ, କୁଶ ଭୋଇ, କୈଳାସ ଭୋଇ ସହଯୋଗ କରିଥିବା ବେଲେ ଡମ୍ବରୁଧର କୁଆଁର ମଞ୍ଚ ସଂଚାଳନ କରି ଥିବା ବେଲେ ଧରଣୀ ଭୋଇ ସଭା ସାଙ୍ଗ କରିଥିଲେ।



Edited by k.s thakur...

No comments