ଭୟଙ୍କର ବିସ୍ଫୋରଣ ; ଥରି ଉଠିଲା ଘର, ଜଣେ ଗୁରୁତର...

ଭୟଙ୍କର ବିସ୍ଫୋରଣ ; ଥରି ଉଠିଲା ଘର, ଜଣେ ଗୁରୁତର...


ମୟୂରଭଞ୍ଜ,୧୬/୦୫(ନି.ପ୍ର) : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଡୁକୁରା ବଜାର ଛକରେ ଥିବା ମା’ ମଙ୍ଗଳା ପୂଜା ଷ୍ଟୋରରେ ଶୁକ୍ରବାର ସକାଳେ ଉଚ୍ଚ ଶକ୍ତି ସଂପନ୍ନ ବିସ୍ପୋରଣ ହୋଇଛି। ଯାହା ଲୋକଙ୍କୁ ଭୟଭୀତ କରିବା ସହ ବିଭିନ୍ନ ଆଶଙ୍କା ସୃଷ୍ଟି କରିଛି।

Ad..


ବିସ୍ଫୋରଣ ଯୋଗୁ ବଜାରର ଦୋକାନ ଓ ଘର ସବୁ ଥରି ଉଠିଥିଲା। ବିସ୍ଫୋରଣ ବେଳେ ସେହି ଦୋକାନରେ ୱେଲଡିଂ କାମ କରୁଥିବା ବଡ଼ସାହି ଥାନା ନାଉପାଳ ପଞ୍ଚାୟତ ଅସ୍ତଝରଣ ଗ୍ରାମର ବୈଦ୍ୟନାଥ ସିଂ ଗୁରୁତର ଆହତ ହୋଇଛନ୍ତି। 

    Ad..


ତାଙ୍କୁ ସ୍ଥାନୀୟ ଡୁକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନା ନିଆଯାଇଥିଲା ଓ ପରେ ସେଠାରୁ କଟକ ନିଆଯାଇଛି। ଉକ୍ତ ଦୋକାନରେ କୌଣସି ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା ଦେଖାଦେଇଥିବା ବେଳେ ଡୁକୁରା ଫାଣ୍ଡି ପୁଲିସ ପ୍ରାଥମିକ ତଦନ୍ତ କରି ଏକ ଡିଜିଟାଲ ଓଜନ ମେସିନ ଜବତ କରିଛି।

      Ad..


ପୁଲିସ କହିବା ଅନୁସାରେ ଦୋକାନ ପଛପଟେ ୱେଲଡିଂ କରାଯାଉଥିବା ବେଳେ ଚାର୍ଜରେ ବସିଥିବା ଓଜନ ମେସିନରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ୨କି.ମି. ମଧ୍ୟରେ ଶୁଣାଯାଇଥିଲା। 

ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ଯୋଗୁ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଥିବା ବେଳେ ବୈଦୁତିକ ଓଜନ ମେସିନରେ ବିସ୍ଫୋରଣ ଘଟଣାକୁ ବିଶ୍ଵାସ କରିପାରୁନାହାନ୍ତି। ଘଟଣାର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ଦାବି ହେଉଛି।



Edited by k.s thakur...

Post a Comment

Previous Post Next Post