କଣ୍ଟାବାଞ୍ଜି ବନମାଳୀ ପ୍ୟାଲେସରେ ସପ୍ତାହ ବ୍ୟାପି ଶିବ ମହାପୁରାଣ କଥା...

କଣ୍ଟାବାଞ୍ଜି ବନମାଳୀ ପ୍ୟାଲେସରେ ସପ୍ତାହ ବ୍ୟାପି ଶିବ ମହାପୁରାଣ କଥା...


କଣ୍ଟାବାଞ୍ଜି,୧୬/୦୫(ଆଶିଷ ଅଗ୍ରୱାଲ) : କଣ୍ଟାବାଞ୍ଜି ବନମାଳୀ ପ୍ୟାଲେସରେ ଆସନ୍ତା ତା ୧୭/୫/୨୦୨୬ ରୁ ୨୫/୫/୨୦୨୬ ଯାଏ ଶିବ ମହାପୁରାଣ କଥା ଅନୁଷ୍ଠିତ ହେବ। ଏହା ଗୁଲାବ ଚାନ୍ଦ ଓମପ୍ରକାଶ ଅଗ୍ରୱାଲ ଓ ସିଂଘଲ ପରିବାର ଦ୍ଵାରା ଆୟୋଜନ କରାଯାଉଛି।

Ad..


ଏହି ଶିବ ପୁରାଣ କଥାର ପ୍ରେରଣା ସ୍ରୋତ ଆଚାର୍ଯ୍ୟ ଶ୍ରୀ ଭୁପେନ ମୁନି ଥୁବା ବେଳେ ଶ୍ରୀଧାମ ବୃନ୍ଦାବନ ରୁ ଆସିଥିବା ଆଚାର୍ଯ୍ୟ ବିନୟ କାନ୍ତ ତ୍ରିପାଠୀ ପ୍ରବଚନ ଦେବେ।ପ୍ରଥମ ଦିନେ ଗଣେଷ ପୂଜା ସହ ଶ୍ରୀ ରାମ ମନ୍ଦିର ରୁ କଳସ ୟାତ୍ରା ବାହାରି କଥା ସ୍ଥଳୀ ବନମାଳୀ ପେଲେସ ପହୁଚିବା ପରେ ସପ୍ତାହ ବ୍ୟାପି ପ୍ରବଚନ ରେ ଶିବଲିଙ୍ଗ ପୂଜା...

    Ad..


ଶିବ ନୈବେଦ୍ୟ ମହିମା,କମିଟି ଚରିତ୍ର,ଶିବ ପାର୍ବତୀ ବିବାହ, କାର୍ତ୍ତିକେୟ ଚରିତ୍ର,ଗଣେଶ ଜନ୍ମୋତ୍ସବ,ହନୁମାନ ମହୋତ୍ସବ,ଦ୍ୱାଦଶ ଚତୁର୍ଲିଂ ମହତ୍ୱ ଆଦି ଉପରେ ପ୍ରବଚନ ଦେବେ। 

Ad..


କଣ୍ଟାବାଞ୍ଜି ହରିଭବନ ଠାରେ ଭକ୍ତଙ୍କ ପାଇଁ ବନମାଳୀ ପେଲେସ ଯିବା ଆସିବା ପାଇଁ ଗାଡିର ବ୍ୟବସ୍ଥା ସହ  ପ୍ରତ୍ୟହ ଭକ୍ତ ମାନଙ୍କ ପାଇଁ ମହା ପ୍ରସାଦ ର ବ୍ୟବସ୍ଥା ଥିବା ଆୟୋଜକ ପରିବାର ର ଓମପ୍ରକାଶ ଓମୁ ଅଗ୍ରୱାଲ ସୂଚନା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post