ପୁରୀ ରଥଖଳା ହାଲ୍ଚାଲ୍...ନନ୍ଦିଘୋଷର ଚଉତା ହଣା ଶେଷ... ପୁରୀ,୧୬/୦୫(ବିଜୟ କୁମାର ସାହୁ) : ନନ୍ଦିଘୋଷ ରଥର ମୋଟ୍ ୧୨ଟି ଚଉତା କାଠ ହଣା ସରିଥିବା କହିଛନ୍ତି ନନ୍ଦିଘ...
ପୁରୀ ରଥଖଳା ହାଲ୍ଚାଲ୍...ନନ୍ଦିଘୋଷର ଚଉତା ହଣା ଶେଷ...
ପୁରୀ,୧୬/୦୫(ବିଜୟ କୁମାର ସାହୁ) : ନନ୍ଦିଘୋଷ ରଥର ମୋଟ୍ ୧୨ଟି ଚଉତା କାଠ ହଣା ସରିଥିବା କହିଛନ୍ତି ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର। ରଥ ଉପର ତିନି ଭୂଇଁରେ ଲାଗିଥାଏ ୧୨ଟି ଚଉତା କାଠ।
Ad..
ଏଥିସହ ମହାପ୍ରଭୁଙ୍କ ରଥର ୧୬ଟି ଚକ ମଧ୍ୟରୁ ୧୩ଟି ସମ୍ପୂର୍ଣ୍ଣ ହୋଇ ଆଉ ଗୋଟିଏ ଶେଷ ହେବା ଉପରେ। ଆଉ ଦୁଇଟି ଚକର ଅର ଓ ପହି ପହଞ୍ଚିଲେ ଚକ କାମ ଶେଷ ହେବ। ଏଥିସହ ୪ଟି ଚାରିନାହାକାରୁ ଦୁଇଟି ନାହାକା କାଠ ହଣା ଶେଷ ହୋଇଥିବା ମୁଖ୍ୟ ବିଶ୍ୱକର୍ମା ଶ୍ରୀ ମହାପାତ୍ର କହିଛନ୍ତି।
Ad..
ରଥର ଚଉଦ ନାହାକା ହଣା ଆରମ୍ଭ ହୋଇଛି । ତିନି ରଥର ନିର୍ମାଣ କାର୍ଯ୍ୟ ସମାନ୍ତରାଳ ଭାବେ ଆଗଉଛି । ରଥଚାଳିରେ ବିଶ୍ୱକର୍ମା, ଭୋଇ ସେବକ, କରତୀ ଓ ରୂପକାର ସେବକମାନେ ନିର୍ମାଣରେ ବ୍ୟସ୍ତ ଥିବା ବେଳେ ଓଝା ସେବକମାନେ ଦୋଳବେଦିରେ ଦଣ୍ଡା କଣ୍ଟା ଆଦି ତିଆରିରେ ଲାଗିଛନ୍ତି।
Ad..
ରଥର ବ୍ରେକ୍ କାଠ ଚିହ୍ନଟ କରିବାକୁ ରଥ ଅମିନ, ଭୋଇ ସର୍ଦ୍ଦାର, କୋଠ ସୁଆଁସିଆ ସେବକଙ୍କ ସମେତ ଶ୍ରୀମନ୍ଦିରର ଏକ ଟିମ୍ ନୟାଗଡ଼ରେ ପହଞ୍ଚିଛନ୍ତି । ଦଶପଲ୍ଲା ନିକଟରେ ଶାଳ କାଠ ଚିହ୍ନଟ କରାଯାଇଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ।
ରଥ ଗଡ଼ିଯାଉଥିବା ସ୍ଥଳେ ରଥ ସମ୍ମୁଖ ଭାଗରେ ଲାଗିଥିବା ବ୍ରେକ ରଥକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହି କାଠ ବେଶ୍ ମଜଭୁତିଆ ହେବା ଆବଶ୍ୟକ। ସେହିଭଳି କୋଠସୁଆସିଆଁ ସେବକମାନେ ମଧ୍ୟ ଠାକୁରଙ୍କ ପହଣ୍ଡିରେ ଦରକାର ହେଉଥିବା ମାଲ (ମଜଭୁତିଆ ନିଦା କାଠ) ଚିହ୍ନି ଆଣିବାକୁ ଟିମ୍ରେ ଯାଇଥିବା ସୂଚନା ରହିଛି।
Edited by k.s thakur...





No comments