ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ସମସ୍ୟା ଗମ୍ଭୀର ; ସପ୍ତାହ କୁ ଥରେ ମଧ୍ୟ ପାଇପ୍ ଜଳ ଯୋଗାଣ ହେଉନାହିଁ !
ବରଗଡ଼,୨୭/୦୫(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ଏବେ ଅଭିଶାପ ପାଲଟିଛି। ସପ୍ତାହ କୁ ଥରେ ମଧ୍ୟ ଜଳଯୋଗାଣ ହେଉନାହିଁ। ମନଇଛା ବଣ୍ଟନ ହେଉଛି ଟ୍ୟାଙ୍କର ଜଳ।
Ad..
ବର୍ଷ ବର୍ଷ ଧରି ଦିର୍ଘ ୩୦ ବର୍ଷ ର ସମସ୍ୟା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ସହରବାସୀଙ୍କ ପାନୀୟ ଜଳ ଯୋଗାଣରେ ସୁଧାର ଆଣିବା ଲକ୍ଷ୍ୟରେ ଗତ ବିଜେଡି ସରକାର ସମୟରେ ଅଙ୍ଗନଦୀର ସାଲେଗିଡ଼ି , ଦର୍ବେକେଲା ସ୍ଥିତ ମାକଡକୁଦା ଠାରେ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବ୍ୟାରେଜ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ମଧ୍ୟ ଏହି ପ୍ରକଳ୍ପ ଏବେ ଶୁଖିଲା ଅବସ୍ଥାରେ ପଡ଼ିରହିଛି ।
Ad..
କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ କାମରେ ଲାଗିପାରୁନଥିବା ଏହି ପ୍ରକଳ୍ପ ଫେଲ ମାରିଲା କାହିଁକି ତାର ଉପରେ ବର୍ତ୍ତମାନ ର ବବଲ୍ ଇଞ୍ଜିନ ସରକାର ସମୀକ୍ଷା ମଧ୍ୟ କରୁ ନାହାନ୍ତି। ଅପରପକ୍ଷରେ ଅଙ୍ଗନଦୀରେ ଥିବା ନାଗେନଦର୍ହାର ଇନ୍ଟକ ୱେଲ୍ ମଧ୍ୟ ଶୁଖିଲା ପଡ଼ିଛି।
ସହରକୁ ନଦୀ ଜଳଯୋଗାଣ ସଂପୂର୍ଣ୍ଣ ବ୍ୟାହତ ହୋଇ ପରିସ୍ଥିତି ଗମ୍ଭୀର ହୋଇଛି । ଅଙ୍ଗନଦୀର ନାଗେନଦର୍ହାରୁ ୨.୨ ନିୟୁତ ଲିଟର, ସହରର ବିଭିନ୍ନ ସ୍ଥାନରେ ଥିବା ୨୨ଟି ଗଭୀର ନଳକୂଅରୁ ୧.୬ ନିୟୁତ ଲିଟର ସହରକୁ ଯୋଗାଇ ଦିଆଯାଇଥାଏ ହେଲେ ତଥାପି ଜଳୀୟ ସମସ୍ୟା ଉତ୍କଟ ହେଉଛି।
କିନ୍ତୁ ବର୍ତ୍ତମାନ ଅଙ୍ଗନଦୀର ଜଳଧାର ଶୁଖିଯାଇଛି। ସେହିପରି ନାଗେନଦର୍ହା ଇନ୍ଟକ ୱେଲ୍ରେ ମଧ୍ୟ ପାଣି ନାହିଁ। ଯାହାକି ପଦ୍ମପୁର ସହରର ଅଧିକାଂଶ ଅଞ୍ଚଳକୁ ଜଳଯୋଗାଣ ବ୍ୟାହତହୋଇଛି।
ପଦ୍ମପୁର ଏନ୍ ଏ ସି ପୂର୍ବରୁ ୧୧ ହଜାର ଜନସାଧାରଣ ଙ୍କ ପାଇଁ ଯେଉଁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ଥିଲା ତାହା ଏବେ ୩୦ ହଜାର ଜନସାଧାରଣ ଙ୍କ ପାଇଁ ରହିଛି। ନୂଆ ପାଇପ୍ ବିଛା କାମ ସରିଛି ହେଲେ ଷ୍ଟୋରେଜ ସିଷ୍ଟମ ଆଧୁନିକ ହୋଇନାହିଁ।
ଜନପ୍ରତିନିଧି ଙ୍କ ତରଫରୁ ଜଳଯୋଗାଣ ବ୍ୟବସ୍ଥା ଉପରେ କୈଣସି ସମୀକ୍ଷା ହେଉନଥିବାରୁ ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ଜଳଯୋଗାଣ ବ୍ୟବସ୍ଥା ସୁଧାରିବା କଷ୍ଟକର ହୋଇଛି। ପୂର୍ବରୁ ଗଭୀର ନଳକୂପ ମାଧ୍ୟମରେ ସହରକୁ ପ୍ରତି ଦୁଇଦିନ ରେ ଥରେ ମାତ୍ର ଗୋଟିଏ ଘଣ୍ଟା ଜଳଯୋଗାଣ ହେଉଥିଲା ଏବେ କିନ୍ତୁ ମୋ ଶେଷ ସମୟରେ ସପ୍ତାହ କୁ ଥରେ ମଧ୍ୟ ଜଳଯୋଗାଣ ହେଉନାହିଁ।
ଅଭିଯୋଗ ହେଉଛି ଯେ ଯେଉଁ ଉଆର୍ଡ ରେ ବିଜେପି ଜିତିଛି ସେହି ଉଆର୍ଡ ରେ କେବଳ ପାଇପ୍ ଜଳ ଯୋଗାଣ ହେଉଛି ଯାହା ଆଗାମୀ ଦିନରେ ସରକାର ଙ୍କୁ ବଡ଼ ଅଡ଼ୁଆରେ ପକାଇପାରେ।
ଟ୍ୟାଙ୍କର ଜଳ ଯୋଗାଣ ମନଇଛା ହେଉଥିବା ରୁ ଜନସାଧାରଣ ଅଡୁଆ ପରିସ୍ଥିତି ଅଛନ୍ତି ପରିସ୍ଥିତି ଗମ୍ଭୀର ହୋଇଛି। ଆଗକୁ ଆହୁରି ୧ ମାସ ବାକି ଅଛି ଆବଶ୍ୟକତା ଅନୁସାରେ କିଭଳି ଜଳଯୋଗାଣ ଶୃଙ୍ଖଳିତ ହେବ ତାହା କୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
Edited by k.s thakur...



