ବେଆଇନ ବିଦେଶୀ ମଦ ମାଫିଆ ସଞ୍ଜୀବ କୁମାର ଗୁପ୍ତା କୁ ଗିରଫ କଲା ପୁଲିସ...

ବେଆଇନ ବିଦେଶୀ ମଦ ମାଫିଆ ସଞ୍ଜୀବ କୁମାର ଗୁପ୍ତା କୁ ଗିରଫ କଲା ପୁଲିସ...


ମୁରିବାହାଲ,୨୭/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଳା ମୁରିବାହାଲ ବଙ୍ଗୋମୁଣ୍ଡା ସମେତ ମୁରିବାହାଲ ବ୍ଳକ ର ଅନେକ ଅଞ୍ଚଳ ର ଗ୍ରାମ ଗୁଡିକୁ ବେଆଇନ ବିଦେଶୀ ମଦ ଯୋଗାଣ କରି ସମ୍ପୁର୍ଣ୍ଣ ବନ୍ୟା ସୃଷ୍ଟି କରୁଥିବା ବଙ୍ଗୋମୁଣ୍ଡା ଏଫଏଲ୍ ସୋପ ମ୍ୟାନେଜର ତଥା ମଦ ମାଫିଆ ସଞ୍ଜୀବ କୁମାର ଗୁପ୍ତା ଙ୍କୁ ମୁରିବାହାଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Ad..


ପୁଲିସ ପୂର୍ବରୁ ଏହି ଥାନା ଗରେଇରେ ଥିବାକେ ୩ହୋଟେଲର ମାଲିକ କ୍ଷୀରୋଦ ନାଗଙ୍କ ନିକଟରୁ ବିପୁଳ ବିଦେଶୀ ମଦ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତ କୁ ପଠାଇ ଥିଲା। 

   Ad..


ଅଭିଯୁକ୍ତ କ୍ଷୀରୋଦ ସମସ୍ତ ଜବତ ବିଦେଶୀ ମଦ ଅନ୍ୟମାନଙ୍କ ପରି ବଙ୍ଗୋମୁଣ୍ଡାର ମଦ ବିକ୍ରେତା ଶ୍ରୀ ଗୁପ୍ତାଙ୍କ ନିକଟରୁ ଆଣିଥିବା ପ୍ରକାଶ କରିଥିଲା। 

ଏହି ମାମଲାରେ ପୁଲିସ କେଶ ନଂ ୮୫/୨୬ ମାମଲା ରୁଜୁ କରି ବେଆଇନ ମଦ ବିକ୍ରେତା ସଞ୍ଜିବ କୁମାର ଗୁପ୍ତା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି।



Edited by k.s thakur...

Post a Comment

Previous Post Next Post