ଦାଡିଆପଦରରେ ବଣୁଆ ହାତୀପଲ ଆତଙ୍କ ; ଘର ଭାଙ୍ଗିଲେ, କ୍ଷୟକ୍ଷତି...
ମୁରିବାହାଲ,୨୮/୦୫(ଶଙ୍କର ମାଝୀ) : ବଲାଙ୍ଗିର ଜିଲ୍ଳା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ଧରି ବଣୁଆ ହାତୀପଲ ଆତଙ୍କ ସୃଷ୍ଟି କରୁଛନ୍ତି। ଏବେ ରେଞ୍ଜ ଅଞ୍ଚଳରେ ୨୧ଟିକିଆ ବଣୁଆ ହାତୀପଲ ବିଭିନ୍ନ ଗାଁ କୁ ଯାଇ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି।
Ad..
ରାତ୍ରିରେ ଏହି ହାତୀପଲ ସଦର ସେକ୍ସନ ହଳଦୀ ଗ୍ରାମପଞ୍ଚାୟତ ଦାଡିଆପଦର ଗାଁ ଭିତରକୁ ପଶିଆସି ବହୁ ଘର ଦ୍ଵାର ଭଙ୍ଗାରୁଜା କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଲକ୍ଷେଶ୍ବର ଧରୁଆ ଙ୍କ ସହ ଅନ୍ୟମାନଙ୍କ ଘରକୁ ହାତୀପଲ ଭାଙ୍ଗି ଦେବାରୁ ଅଳ୍ପକେ ପରିବାର ଲୋକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।
Ad..
ହାତୀପଲ ଗାଁ ଭିତରକୁ ପଶି ଘରଦ୍ଵାର ଭଙ୍ଗାରୁଜା ସହ ଆତଙ୍କ ସୃଷ୍ଟି କରୁଥିବା ରୁ ଗ୍ରାମବାସୀ ମାନେ ରାତିସାରା ସମ୍ପୁର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଛନ୍ତି।ଏହା ପୂର୍ବରୁ ଗତ ଏପ୍ରିଲ ୧୯ତାରିଖ ମଧ୍ୟରାତ୍ରିରେ ହାତୀପଲ ଏହି ଗାଁ କୁ ଘେରିଯାଇ ଆତଙ୍କ ସୃଷ୍ଟି କରିଥିଲେ।
ଲୋକେ ଗାଁ ରେ ଥିବା କେତେଜଣ ଙ୍କ ଛାତ ଘର ଉପରେ ଆଶ୍ରୟ ନେଇଥିଲେ। ହାତୀପଲ ଦ୍ଵାରା ଘର ଦ୍ବାର ଭଙ୍ଗାରୁଜା କରିଥିବା ପୀଡ଼ିତ ପରିବାର ଗୁଡ଼ିକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସଂମ୍ପର୍କରେ ମୁରିବାହାଲ ସଦର ସେକ୍ସନ ଫରେଷ୍ଟର ଧୃବଚରଣ ବଗର୍ତ୍ତୀ ଙ୍କୁ ପଚାରିବାରୁ ହାତୀପଲ ଙ୍କ ଦ୍ଵାରା ଘରଦ୍ଵାର ଭଙ୍ଗାରୁଜା ର ତଦନ୍ତ ଜାରି ରହିଛି, ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ଉଚ୍ଚ କତ୍ତୃପକ୍ଷ ଦୁଷ୍ଟି ଆକର୍ଷଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Edited by k.s thakur...



