Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ବରଗଡ଼ ମହିଳା ସମିତି...

ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ବରଗଡ଼ ମହିଳା ସମିତି... ବରଗଡ଼,୦୨/୦୫(ବିଜୟ କୁମାର ସାହୁ): ସମଗ୍ର ଶିକ୍ଷା ବିଭାଗକୁ ନିନ୍ଦିତ ...

ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ବରଗଡ଼ ମହିଳା ସମିତି...


ବରଗଡ଼,୦୨/୦୫(ବିଜୟ କୁମାର ସାହୁ): ସମଗ୍ର ଶିକ୍ଷା ବିଭାଗକୁ ନିନ୍ଦିତ କରିଥିବା ବରଗଡ଼ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଡିଇଓ, ବିଇଓ ଏବଂ ଜଣେ ପିଇଟି ଶିକ୍ଷକଙ୍କ ଘୃଣ୍ୟ ଆଚରଣ ଘଟଣାକୁ ବରଗଡ଼ ମହିଳା ସମିତି ଦୃଢ଼ ନିନ୍ଦା କରିବା ସାଙ୍ଗକୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଛି। 

Ad..


ଆଜି ସମିତିର ସଭାନେତ୍ରୀ ମନ୍ଦାକିନୀ ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ପ୍ରଶାସନଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେଥିରେ ବରଗଡ଼ ଶିକ୍ଷା ବିଭାଗର ଜଣେ ମହିଳା ସିଆରସିସିଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ଖବରକୁ ସଭ୍ୟ ସମାଜ ପାଇଁ ଲଜ୍ଜାଜନକ ଘଟଣା ବୋଲି ଗଭୀର ଚିନ୍ତା ପ୍ରକାଶ କରାଯାଇଛି। 

     Ad..


ଏହି ଘଟଣା ମାନବ ଶୋଷଣ ସହିତ ଜଘନ୍ୟ, ଅନୈତିକ ଏବଂ ଅମାନବୀୟ, ଯାହା ପବିତ୍ର ବରଗଡ଼ ବାତାବରଣକୁ ବିଷାକ୍ତ କରି ମହିଳା ବର୍ଗର ପବିତ୍ରତାକୁ କଳଙ୍କିତ କରିଛି ବୋଲି କୁହାଯାଇଛି। 

Ad..


ଏହି ଘୃଣ୍ୟ ଏବଂ ଅନ୍ଧକାର ଅଧ୍ୟାୟ ମହିଳା ପରିଚୟ ପ୍ରତି ସିଧାସଳଖ ଚାପୁଡ଼ା ବୋଲି ସେଥିରେ ଦର୍ଶାଯାଇଛି। ଘଟଣାର କଡ଼ା ପ୍ରତିବାଦ କରାଯାଇ ମହିଳା ସମ୍ପ୍ରଦାୟର ସୁରକ୍ଷା ଏବଂ ପବିତ୍ରତାକୁ ହନନ କରୁଥିବା ଅପରାଧୀମାନଙ୍କୁ କଠୋର ଦଣ୍ଡ ଦିଆଯିବାକୁ ଦାବି କରାଯାଇଛି।

ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ଯେ, ମାନବିକ ପ୍ରଶାସନିକ ନୀତି ଦ୍ୱାରା ଏହି ଘଟଣାର ତିନି ଅଭିଯୁକ୍ତଙ୍କୁ ତ୍ୱରିତ ନ୍ୟାୟିକ ବ୍ୟବସ୍ଥାରେ ଦଣ୍ଡ ବିଧାନ କରାଯାଉ, ଯାହା ଦ୍ଵାରା ଏପରି ଘଟଣାର ପୁନରାବୃତ୍ତି ନହୁଏ ବୋଲି କୁହାଯାଇଛି। 

ଏହି ଦାବି ପତ୍ର ସମିତି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସୁମତି ପଣ୍ଡା ଗ୍ରହଣ କରିଥିଲେ। ଏହି ପ୍ରତିନିଧି ଦଳରେ ଗୀତା ମିଶ୍ର, ତନିମା ଦାଶ, ମମତା ମିଶ୍ର, ଅଞ୍ଜନା ଦାସ, ମିନାକ୍ଷୀ କର, ମୀନା ପଣ୍ଡା,  କବିତା ଦେବତା, ଦିବ୍ୟାକାନ୍ତି ଭୋଇ, ସବିତା ଗୁରୁ ପ୍ରମୁଖ ସାମିଲ ହୋଇଥିଲେ।



Edited by k.s thakur...

No comments