ଡବଲ ଇଞ୍ଜିନ ସରକାରରେ ନାରୀ ଦୁଷ୍କର୍ମ, ଅପହରଣ, ଦହନ, ଶୋଷଣ ଆଦି ଦୈନନ୍ଦିନ ଘଟଣା ପାଲଟି ଗଲାଣି : କଂଗ୍ରେସ... ଭୁବନେଶ୍ୱର,୦୨/୦୫(ନି.ପ୍ର) : ଡବଲ ଇଞ୍ଜିନ ସରକାର...
ଡବଲ ଇଞ୍ଜିନ ସରକାରରେ ନାରୀ ଦୁଷ୍କର୍ମ, ଅପହରଣ, ଦହନ, ଶୋଷଣ ଆଦି ଦୈନନ୍ଦିନ ଘଟଣା ପାଲଟି ଗଲାଣି : କଂଗ୍ରେସ...
ଭୁବନେଶ୍ୱର,୦୨/୦୫(ନି.ପ୍ର) : ଡବଲ ଇଞ୍ଜିନ ସରକାରରେ ଗୋଟିଏ ପଟେ ନାରୀଶକ୍ତି ବନ୍ଦନ ହେଉ ଥିବାବେଳେ ଅନ୍ଯପଟେ ନାରୀ ଅସ୍ଥି ଖନନ ଚାଲିଛି। ନାରୀ ଦୁଷ୍କର୍ମ, ଅପହରଣ, ଦହନ, ଶୋଷଣ ଆଦି ଦୈନନ୍ଦିନ ଘଟଣା ପାଲଟି ଗଲାଣି।
Ad..
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା।ସରକାର ବିଧାନସଭାରେ ସ୍ବତନ୍ତ୍ର ଅଧିବେସନ ଡକାଇଥିଲେ। ଏହି ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ସଂରକ୍ଷଣ ବିଲ ଉପରେ କଂଗ୍ରେସ ଏବଂ ଗାନ୍ଧୀ ପରିବାରକୁ କେବଳ ଗାଳିକଲେ ଏବଂ ରାଜରାସ୍ତାରେ ବିରୋଧୀ ଦଳ ନେତା ମାନଙ୍କର କୁଶପୁତ୍ତଳିକା ଦାହ କଲେ।
Ad..
ଯଦି ଉପମୁଖ୍ଯମନ୍ତ୍ରୀଙ୍କର ସାମାନ୍ଯ ଲଜ୍ଜା ଓ ମାନବିକତା ଥାଆନ୍ତା ତେବେ ବ୍ରହ୍ମଗିରିର ୫ବର୍ଷର ଶିଶୁକନ୍ୟା, ଢେଙ୍କାନାଳର ଦୁଷ୍କର୍ମ ପୀଡିତା କିମ୍ବା ଦେବଗଡର ଗଣଦୁଷ୍କର୍ମ ପୀଡିତାଙ୍କୁ ସାକ୍ଷାତ କରିଥାନ୍ତେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସର ମୁଖପାତ୍ର ସୋନାଲୀ ସାହୁ ଏହା କହିଛନ୍ତି।
Ad..
ମହିଳା ସଂରକ୍ଷଣ ପାଇଁ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କରୁଛନ୍ତି। ଦୁଷ୍କର୍ମ ପୀଡ଼ିାଙ୍କ ପାଇଁ ସରକାରଙ୍କ ପାଖରେ ସମୟ ନାହିଁ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଜଣେ ବିହାହିତା ମହିଳାଙ୍କୁ ଗାଧୋଇବା ସମୟରେ ପୋଖରୀ ତୁଠରୁ ଟାଣିନେଇ ଅଭିଯୁକ୍ତ ଦୁଷ୍କର୍ମ ଓ ଅତ୍ଯନ୍ତ ଅମାନୁଷିକ ଭାବରେ ଟାଙ୍ଗିଆରେ ମୁହଁକୁ ହାଣିବା ଘଟଣା ଅତି ଜଘନ୍ୟ କାମ।
ଠିକ୍ ସେହିପରି ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗତମାସ ୨୦ ତାରିଖ ରାତି ପ୍ରାୟ ୧୧ଟା ସମୟରେ ୪ଜଣ ଯୁବକ ଘର ସାମ୍ନାରୁ ଟେକି ନେଇ ପାଖରେ ଥିବା ଏକ କ୍ଯାବିନ କଡ଼ରେ ଜଣକ ପରେ ଜଣେ ଦୁଷ୍କର୍ମ କରି ତାର ଭିଡିଓ ଉତ୍ତୋଳନ କରିଥିଲେ।
କଂଗ୍ରେସ କହିଛି, ପ୍ରତ୍ୟେକ ଦିନ ଏଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି ଏଥିରୁ ଚିନ୍ତାକରନ୍ତୁ ରାଜ୍ଯର ଗତି କୁଆଡ଼େ ଯାଉଛି। ପିସିସି ମୁଖପାତ୍ର ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି, ରାଜ୍ଯ ସରକାର ଓ ବିଜେପି ଦଳର ମନ୍ତ୍ରୀ ଓ ନେତ୍ରୀଗଣ ଉତ୍ସବ ମହୋତ୍ସବରେ ମସଗୁଲ ଅଛନ୍ତି।
ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ କମ୍ପାନି ମାନଙ୍କ କଳା ଶାଢି ବିଜ୍ଞାପନ କରୁଛନ୍ତି। କିନ୍ତୁ ରାଜ୍ଯର ନିର୍ଯାତିତ ନାରୀମାନଙ୍କ ପାଇଁ ତାଙ୍କର ସମୟ ନାହିଁ। ଡବଲ ଇଞ୍ଜିନ ସରକାରରେ ନାରୀ ସୁରକ୍ଷା ପ୍ରହସନ ହୋଇପଡିଛି।
ବରିଷ୍ଠ କଂଗ୍ରେସ ନାରୀ ନେତ୍ରୀ ପ୍ରଣତି ମିଶ୍ର କହିଛନ୍ତି, ଗୋଟିଏ ଅଞ୍ଜନା ମିଶ୍ର ଘଟଣା ପାଇଁ ଆମ କଂଗ୍ରେସର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ। ଆଜି ପ୍ରତ୍ଯେକ ଦିନ ଅଞ୍ଜନା ଭଳି ଘଟଣା ଘଟୁଛି।
ଶହ ଶହ ଅଞ୍ଜନା ଦୁଷ୍କର୍ମର ଶିକାର ହେଉଛନ୍ତି। ଏଥି ପାଇଁ ଇସ୍ତଫା ଦେବାର ତ ଦୁରର କଥା, ସରକାରଙ୍କ କୌଣସି ମନ୍ତ୍ରୀଙ୍କ ନିକଟରୁ ଶାନ୍ତ୍ବନା ମୂଳକ ଶବ୍ଦଟିଏ ମଧ୍ୟ ଶୁଣାଯାଉନି ବୋଲି କହିଛନ୍ତି।
Edited by k.s thakur...





No comments