ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ... ବରଗଡ଼,୧୩/୦୫(ବିଜୟ କୁମାର ସାହୁ) : ରାଜ୍ୟ ସରକାର ଓ ବରଗଡ଼ ଜିଲ୍ଲା ର ବିଧାୟକ ...
ଇଚ୍ଛା ମୃତ୍ୟ ଆବେଦନକାରୀ ଚାଷୀ ରୋହିତ ଭୋଇ ଙ୍କୁ ଭେଟିଲେ ବିଜେଡି ନେତ୍ରୁ ମଣ୍ଡଳୀ...
ବରଗଡ଼,୧୩/୦୫(ବିଜୟ କୁମାର ସାହୁ) : ରାଜ୍ୟ ସରକାର ଓ ବରଗଡ଼ ଜିଲ୍ଲା ର ବିଧାୟକ ମାନେ ବରଗଡ଼ ଜିଲ୍ଲା ରେ ଚାଷୀ ଖୁସ ଥିବା କହି ବାରମ୍ବାର ଢୋଲ ପିଟି ଆସୁଥିବା ବେଳେ ଭେଡେନ ବ୍ଲକ ତାଳମେଣ୍ଡା ଗ୍ରାମ ର ଚାଷୀ ରୋହିତ ଭୋଇ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିବା ଭଳି...
Ad..
ହୃଦୟ ବିଦାରକ ଓ ଦୁଃଖଦ ଘଟଣା ଖବର ପାଇ ବରଗଡ଼ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର ,ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ବରିଷ୍ଟ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ ,ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଗୌର ହରି ମିଶ୍ର,ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା...
Ad..
ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ପଦ୍ମିନୀ ଗଡତିଆ ପୂର୍ବ ତନ ସରପଞ୍ଚ ବିଜୟ ଭୋଇ ପୁଷ୍ପ ଦାସ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଚାଷୀ ରୋହିତ ଭୋଇ ଙ୍କ ତଲମେଣ୍ଡା ସ୍ଥିତ ଘରକୁ ଯାଇ ଭେଟି ଥିଲେ।
Ad..
ତାଙ୍କ ୯୦ ବର୍ଷୀୟା ମାତା ଶଯ୍ୟାଶାୟୀ ଥିବା ବେଳେ ତାଙ୍କ ପାଇଁ ଔଷଧ କିଣି ପାରୁ ନ ଥିବା ବେଳେ ବୃଦ୍ଧ ମାତା ପିତା ଠିକ୍ ସମୟ ରେ ବାର୍ଦ୍ଧକ୍ୟ ଭତ୍ତା ପାଇ ପାରି ନ ଥିବା କୋହ ଭରା କଣ୍ଠ ରେ କହିଥିଲେ ।
ଏଥି ସହିତ ଧାର କରଜ କରି ଚାଷ କରିଥିବା ବେଳେ ଧାନ ବିକ୍ରୟ କରି ନ ପାରିବାରୁ ନିଜକୁ ଅସହାୟ ମନେ କରି ଭାଙ୍ଗି ପଡିଥିବା ରୁ ବିଜେଡି ନେତ୍ରୁ ମଣ୍ଡଳୀ ତାଙ୍କୁ ସମବେଦନା ଜ୍ଞାପନ କରିବା ସହ ଧୈୟ୍ଯ ଧରିବା ପାଇଁ ବୁଝାଇଥିଲେ।
ବିଜେଡି ଚାଷୀ ମାନଙ୍କ ଦୁଃଖସୁଖ ସହିତ ଜଡ଼ିତ ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ଉଲ୍ଲେଖ କରି ବିଜେଡି ଏ ବିଷୟ ରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ଚାଷୀ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲଢେଇ କରିବ ବୋଲି ଚାଷୀ ରୋହିତ ଙ୍କୁ ଆଶ୍ଵାସନା ପ୍ରଦାନ କରିଛି।
Edited by k.s thakur...





No comments