Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

୧୯ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ...

୧୯ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ... ବେଲପଡ଼ା,୧୫/୦୫(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ରାମୁଡ଼ ଗାଁର ଜଣେ ୧୯ ବର୍ଷୀୟ ଦାଦନ ଶ୍ରମିକ ପୃଥ୍ବୀରାଜ ବର...

୧୯ ବର୍ଷୀୟ ଦାଦନ ଶ୍ରମିକ ନିଖୋଜ...


ବେଲପଡ଼ା,୧୫/୦୫(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ରାମୁଡ଼ ଗାଁର ଜଣେ ୧୯ ବର୍ଷୀୟ ଦାଦନ ଶ୍ରମିକ ପୃଥ୍ବୀରାଜ ବରିହା ନିଖୋଜ ହେବା ଘଟଣା ଏବେ ରହସ୍ୟମୟ ମୋଡ଼ ନେଇଛି। 

Ad..


ଦୀର୍ଘ ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଅର କୌଣସି ସନ୍ଧାନ ନମିଳିବାରୁ ଶେଷରେ ନ୍ୟାୟ ଆଶାରେ ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ ପରିବାର ସୂଚନା ଅନୁସାରେ, ରାମୁଡ଼ ଗାଁର ପ୍ରହଲ୍ଲାଦ ବରିହା ଓ ବିଳାସ ବରିହା ନିଜର ଦୁଇ ପୁଅଙ୍କ ସହ ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ।

   Ad..


ଗାଁରେ ରାସନ କାର୍ଡରେ ଚାଉଳ ଆଣିବା ପାଇଁ ସେମାନେ ନିଜ ପୁଅ ପୃଥ୍ବୀରାଜଙ୍କୁ ଗାଁକୁ ପଠାଇଥିଲେ। ଗତ ୬ ତାରିଖରେ ପୃଥ୍ବୀରାଜ ବେଲପଡ଼ା ଥାନା ସଲଣ୍ଡି ଗାଁ ସ୍ଥିତ ନିଜ ପିଉସୀଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ସେଠାରୁ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। 

Ad..


ପୃଥ୍ବୀରାଜ ନିଖୋଜ ହେବାର ୨ ଦିନ ପରେ ରାମୁଡ଼ ଗାଁ ନିକଟସ୍ଥ ଏକ ବିଲରୁ ତାଙ୍କର ବ୍ୟାଗ୍ ଓ ଅନ୍ୟାନ୍ୟ ସାମାନ ମିଳିଥିଲା । ଏହା ପରେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି। 

ପୂର୍ବରୁ ଏନେଇ ବେଲପଡ଼ା ଓ ତୁରେକେଲା ଥାନାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୁଲିସ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମ ପୁଅକୁ ହତ୍ୟା କରାଯାଇଛି ୭ ଦିନ ହେଲାଣି ପୁଲିସ କିଛି ଖୋଜି ପାରୁନି। ଆମକୁ ନ୍ୟାୟ ଦରକାର ବୋଲି ପୃଥୀରାଜଙ୍କ ମା ବିଳାସ ବରିହା କହିଛନ୍ତି।



Edited by k.s thakur...

No comments