ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରର ଛାତ୍ରୀ ଆରାଧ୍ୟା ପ୍ରଧାନଙ୍କ ଏନଏମଏମଏସ୍‌ ସଫଳତା...

ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରର ଛାତ୍ରୀ ଆରାଧ୍ୟା ପ୍ରଧାନଙ୍କ ଏନଏମଏମଏସ୍‌ ସଫଳତା...


ପଦମପୁର,୧୫/୦୫(ବିଜୟ କୁମାର ସାହୁ) : ପଦ୍ମପୁର  ସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର ମେଧାବୀ ଛାତ୍ରୀ ଆରାଧ୍ୟା ପ୍ରଧାନ ଚଳିତ ଶିକ୍ଷାବର୍ଷ NMMS 2025-26 ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରି ସ୍କୁଲ ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।

Ad..


ଆରାଧ୍ୟାଙ୍କ ଏହି ସଫଳତା ପଛରେ ତାଙ୍କର ନିରନ୍ତର ପରିଶ୍ରମ, ନିୟମିତ ଅଧ୍ୟୟନ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ମୁଖ୍ୟ ଭୂମିକା ରହିଛି। ଏହି ସଫଳତାରେ ବିଦ୍ୟାଳୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବାବେଳେ...

     Ad..


ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ପହଣ୍ଡି ବିଜୟ ମେହେର,ବରିଷ୍ଠ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତିAd..


ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆରାଧ୍ୟାଙ୍କ ଏହି କୃତିତ୍ୱ ଅନ୍ୟ ଛାତ୍ରୀମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ। ଭବିଷ୍ୟତରେ ସେ ଆହୁରି ଉଚ୍ଚ ସଫଳତା ଅର୍ଜନ କରନ୍ତୁ ବୋଲି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।




Edited by k.s thakur...

Post a Comment

Previous Post Next Post