ନିର୍ଝରିଣୀ ତରଫରୁ ବିଶ୍ୱ ପୁସ୍ତକ ଦିବସ ପାଳିତ...
କଣ୍ଟାବାଞ୍ଜି,୨୩/୦୪(ନି.ପ୍ର): କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଆମପଡାସ୍ଥିତ ବିଭୁଦତ୍ତ ସାହୁଙ୍କ ବାସଭବନରେ ବିଶ୍ୱ ପୁସ୍ତକ ଦିବସ ପାଳିତ ହୋଇଯାଇଛି।
Ad..
ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୂଷ୍ଠିତ ସଭାରେ କଣ୍ଟାବାଞ୍ଜି ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ମୁଖ୍ୟ ଅତିଥି, କବି ବିପିନ ବିହାରୀ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।
Ad..
ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସ୍ୱାଗତ ଅଭିଭାଷଣ , ବିଭୁଦତ୍ତ ସାହୁ ସଭା ପରିଚାଳନା ଓ ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବ ପ୍ରଥମେ ବିଘ୍ନନାଶକ ଗଣେଶଙ୍କ ମୁର୍ତ୍ତିରେ ଧୂପଦୀପ ପ୍ରଦାନ କରାଯାଇ ଶୁଭାରମ୍ଭ କରାଯାଇଥିଲା।
Ad..
ପୁସ୍ତକର କୌଣସି ବିକଳ୍ପ ନାହିଁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ଏହି ଅବସରରେ କବି ବିପିନ ବିହାରୀ ସାହୁଙ୍କୁ ସ୍ୱର୍ଗତ ଅନ୍ନଦାନନ୍ଦ ମହାନ୍ତି ସ୍ମୃତି କବି ସମ୍ମାନ ପ୍ରଦାନ କରାଯିବ ସହିତ ସମସ୍ତ କବି କବୟିତ୍ରୀ ମାନଙ୍କୁ ପୁସ୍ତକ ପ୍ରଦାନ କରାଯାଇଥିଲା।
ସହ ସମ୍ପାଦିକା ଅଞ୍ଜଳି ମାଝୀଙ୍କ ସଂଯୋଜନାରେ ଆୟୋଜିତ ବହୁଭାଷୀ କବିତା ପାଠରେ କବି ରମେଶ ବେହେରା,ଅନୀତା ତ୍ରିପାଠୀ, ଦୀପା ନାୟକ, ଅନନ୍ତ ଖମାରୀ, ଶ୍ୟାମ ସୁନ୍ଦର ଗୁରୁ,ନରେନ୍ଦ୍ର ସୁନା, ବିନୋଦ ପୁଟେଲ, ରତିନ୍ଦ୍ର ରାଏ,ସଞ୍ଜୀବ ପାଣିଗ୍ରାହୀ, ହେରମ୍ବ ବାଗ,ମୀନା କୁମାରୀ ସାହୁ,ଦୀପାଞ୍ଜଳି ସାହୁ କବିତା ପାଠ କରିଥିଲେ।
Edited by k.s thakur...




