ପଦ୍ମପୁର ରେ ଚିର ଚରିତ ସମସ୍ୟା ରେ ପରିଣତ ହୋଇ ସାରିଛି ପାନୀୟ ଜଳ ସମସ୍ୟା...

ପଦ୍ମପୁର ରେ ଚିର ଚରିତ ସମସ୍ୟା ରେ ପରିଣତ ହୋଇ ସାରିଛି ପାନୀୟ ଜଳ ସମସ୍ୟା...


ପଦ୍ମପୁର,୨୪/୦୪(ବିଜୟ କୁମାର ସାହୁ) : ମଣିଷ ଜୀବନ ର ଏକ ମୁଳ ତତ୍ତ୍ୱ ହେଉଛି ପାଣି। ପିଇବା ପାଇଁ ପାଣି ପ୍ରତ୍ୟେକ ମନୁଷ୍ୟ ର ମୌଳିକ ତଥା ସାମାଜିକ ଅଧିକାର ରହିଛି। କିନ୍ତୁ ପଦ୍ମପୁର ରେ ଚିର ଚରିତ ସମସ୍ୟା ରେ ପରିଣତ ହୋଇ ସାରିଛି ପନିୟ ଜଳ ସମସ୍ୟା। 

Ad..


ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ନା ପ୍ରଶାସନ ନା ପୁର୍ବ ସରକାର କେହି ବି ସମସ୍ୟାର ଚିର ଓ ସ୍ଥାୟୀ ସମାଧାନ ପାଇଁ ଇଚ୍ଛା ପ୍ରକାଶ କରି ନାହାନ୍ତି। ଜାହା ଫଳରେ ଆଜି ପଦ୍ମପୁର ଜନ ସାଧାରଣ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। 

      Ad..


ଅନ୍ୟପଟେ ପୁର୍ବ ସରକାର ଙ୍କ ସମୟରେ ଲୋକ ଙ୍କୁ ଆଶା ଦେଖାଇ ଜଳ ସମସ୍ୟା ନିରାକରଣ ନାଁ ରେ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟ ରେ ଅଙ୍ଗ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଗଲା ହେଲେ ସଠିକ ପର୍ଯ୍ୟବେକ୍ଷଣ ଓ ନିମ୍ନ ମାନର ଯୋଜନା ଯୋଗୁଁ ଏହାର ଜଳ ଧାରଣ କ୍ଷମତା ନାହିଁ ସଦୃଶ୍ୟ।

Ad..

ଏପ୍ରିଲ ମାସରେ ଏହି ବ୍ୟାରେଜ ରେ ୪ ମିଟର ପାଣି ରହିବା କଥା କିନ୍ତୁ ଦୁଃଖର କଥା ଜାନୁଆରୀ ମାସରେ ଏହି ବ୍ୟାରେଜ ରେ ୪ ମିଟର ପାଣି ରହୁନାହିଁ। ଏହି ତ୍ରୁଟି କାହାର। କାହା ପାଇଁ ପଦ୍ମପୁର ଜନସାଧାରଣ ପାଣି ପାଇଁ ଏତେ ଡହଲ ବିକଲ ହେଉଛନ୍ତି। କୋଟି କୋଟି ଟଙ୍କା କାହା ସ୍ବାର୍ଥ ପାଇଁ ଖର୍ଚ୍ଚ ହୋଇଛି। 

ଅନ୍ୟପଟେ ପଦ୍ମପୁର କୁ ପାଣି ଯୋଗାଉଥିବା ନାଗେନ ଦର୍ହା ଇଣ୍ଟେକ ୱେଲ ପାଖରେ ମଧ୍ୟ ସ୍ଥୟୀ ଆନିକଟ ପାଇଁ ଦାବି ହେଉଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଇଚ୍ଛା ବା ଯୋଜନା ଆଖିଦୃଶିଆ ହେଉନାହିଁ ଫଳରେ ପ୍ରତି ବର୍ଷ ଲକ୍ଷ ଲକ୍ଷ୍ୟ ଟଙ୍କା ରାଜସ୍ୱ ବ୍ୟୟରେ ଟ୍ୟାଙ୍କର ଯୋଗେ ପାଣି ଯୋଗା ଯାଉଛି ଜାହାର ସିଧା ପ୍ରଭାବ ଟ୍ୟାକ୍ସ ମାଧ୍ୟମରେ ଜନସାଧାରଣ ଉପରେ ପଡୁଛି। ଚଳିତ ସରକାର ଏହି ସମସ୍ୟା କୁ ଗୁରୁତ୍ୱ ଦେଇ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଅନୁରୋଧ।



Edited by k.s thakur...

Post a Comment

Previous Post Next Post