ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ...
ବରଗଡ଼,୨୪/୦୪ (ବିଜୟ କୁମାର ସାହୁ) : ବରଗଡ଼ ସହର କେବଳ ଧର୍ମ ଏବଂ ସଂସ୍କୃତିର ପେଣ୍ଠସ୍ଥଳୀ ନୁହେଁ, ବରଗଡ଼ ଯେ ଶାନ୍ତି ଓ ଭାଇଚାରାର ସହର ତାହା ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ପୁଣିଥରେ ପ୍ରମାଣିତ ହୋଇଛି। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମସ୍ତେ କିଭଳି ଏକାଠି ହୋଇପାରନ୍ତି, ତାହା ଏହି ଅବସରରେ ଦେଖିବାକୁ ମିଳିଛି।
Ad..
ଏକତାର ନିଆରା ପରମ୍ପରା...
ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବିଭିନ୍ନ ପୀଠ ଓ ଅଞ୍ଚଳରୁ ଭକ୍ତମାନେ ଶ୍ରଦ୍ଧାର ସହ 'ବନ୍ଧୁଭାର' ଆଣି ପହଞ୍ଚିଥିଲେ। ଏହି ପାରମ୍ପରିକ ରୀତି ବରଗଡ଼ର ମାଟିରେ ଥିବା ସମ୍ପର୍କ ଓ ସଦଭାବନାର ନିବିଡ଼ତାକୁ ଆହୁରି ସ୍ପଷ୍ଟ କରିଥିଲା।
Ad..
ଯେମିତି ସ୍ୱୟଂ ବିଶ୍ୱକର୍ମାଙ୍କ ଆଗମନ...
ପ୍ରତିଷ୍ଠା ଉତ୍ସବର ସବୁଠାରୁ ଆଧ୍ୟାତ୍ମିକ ଓ ରୋମାଞ୍ଚକର ମୁହୂର୍ତ୍ତ ଥିଲା ମା’ଙ୍କ ବିଗ୍ରହ ସ୍ଥାପନ। ଅସ୍ଥାୟୀ ମଣ୍ଡପରୁ ମହାଲକ୍ଷ୍ମୀଙ୍କୁ ଯେତେବେଳେ ଅତ୍ୟାଧୁନିକ କ୍ରେନ ସାହାଯ୍ୟରେ ମନ୍ଦିର ଭିତରେ ଥିବା ସ୍ଥାୟୀ ଆସନକୁ ଅଣାଯାଇଥିଲା, ସେହି ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା।
Ad..
ସେତେବେଳେ ସତେ ଯେପରି ମନେ ହେଉଥିଲା ସ୍ୱୟଂ ବିଶ୍ୱକର୍ମା ମାଆଙ୍କୁ ନିଜ ହାତରେ ନେଇ ଆସୁଛନ୍ତି। ବିଜ୍ଞାନ ଓ ବିଶ୍ୱାସର ଏହି ଅପୂର୍ବ ମିଳନ ଭକ୍ତଙ୍କ ମନରେ ଏକ ନିଆରା ଭାବନା ଜାଗ୍ରତ କରିଥିଲା।
ରାଜନୀତି ଊର୍ଦ୍ଧ୍ୱରେ ଧର୍ମ ଓ ସେବା...
ଏହି ଉତ୍ସବର ଅନ୍ୟ ଏକ ଚର୍ଚ୍ଚିତ ଦିଗ ଥିଲା ଜନପ୍ରତିନିଧି ମାନଙ୍କ ନିଆରା ସେବା ମନୋଭାବ।ପୁର୍ବତନ ବିଧାୟକ ଦେବେଶ ଆତାର୍ଯ୍ଯ ତାକଂ ଧର୍ମପତ୍ନି ମହାଶ୍ବେତା ଆଚାର୍ଯ୍ଯ ମୁଖ୍ଯ କର୍ତା ଦାୟିତ୍ବଏବଂ ବରଗଡର ବିଭିନ୍ନ ପଡାର ଅନ୍ଯ ୧୭ ଯୋଡି କର୍ତାକଂ ସହ ସମସ୍ତେ ସଂପୁର୍ଣ ନିଷ୍ଠାର ସହ ଦାୟିତ୍ବ ତୁଳାଇ ଭକ୍ତିମୟ ଆଧ୍ଯମ୍ତିକ ପରିବେଶରେ...
ପୁଜାକାର୍ଯ୍ଯ କୁ ଏହି ଅଂତଳର ପ୍ରମୁଖ କର୍ମକାଣ୍ଡି ପଣ୍ଡିତ ସର୍ବଶ୍ରୀ ନରସିଂହ ଶତପଥି କୁଳମଣି ମହାପାତ୍ର ସବ୍ଯସାତୀ ମିଶ୍ର ନରେଶ ମିଶ୍ଶ୍ର ପ୍ରଭାସ ମିଶ୍ର କିର୍ତିଚନ୍ଦ୍ର ପଣ୍ଡା ଶୁଊ୍ରାସୁଂ ମିଶ୍ର ସଂଜୟ ଦାଶ ଏବଂ ଅନ୍ଯ ୨୫ ଜଣ ପଣ୍ଡିତ ମାନକଂ ପ୍ପ୍ରତ୍ଯକ୍ଷ ବେଦ ମନ୍ର୍ତ ଉଚ୍ଚାରଣ ସହ ସମସ୍ତ ହିନ୍ଦୁ ରିତି ନିତି ରେ ପୁଜା କାର୍ଯ୍ଯ ସଂପାଦନ କରିଥିଲେ।
ସେହିଭଳି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ତାଙ୍କ ଧର୍ମପତ୍ନୀ କଳ୍ପନା ଷଡ଼ଙ୍ଗୀ ମଧ୍ଯ ଅନ୍ତିମ ଦିବସରେ ଉପସ୍ତିତ ରହି ପୁଜା କାର୍ଯ୍ଯରେ ସହଯୋଗ କରିଥିଲେ।
ବିଶେଷ କରି ମନ୍ଦିର ପରିଚାଳନା କମିଟୀ ର ସମସ୍ତ କର୍ମକର୍ତା ରଦଂଘର ପଡା ତଥା କଲେଜ ରୋଡ ଅଂଚଳରେ ବସବାସ କରୁଥିବା ପ୍ରତ୍ଯେକ ପରିବାର ର ସଦସ୍ଯ ମାନେ ବରଗଡର ବିଭିନ୍ନ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମାନକଂ ପ୍ରତ୍ଯକ୍ଷ ସହଯୋଗ ରେ ପୁଜାକାର୍ଯ୍ଯ ସଂପାଦିତ ହେବା ସହ ପ୍ରତ୍ଯେକ ଦିନ ସମସ୍ତ ତଂ ପାଇଁ ଅନ୍ନ ଭୋଗ ଓ ବିଭିନ୍ନ ପ୍ରକାରର ଅନ୍ଯାନ ଭୋଗ ମଧ୍ଯ ପ୍ରଦାନ କରାଯାଇଥିଲା।
ପୂର୍ଣ୍ଣାହୂତି ସହ ଶାନ୍ତି କାମନା..
ଉତ୍ସବର ଅନ୍ତିମ ଦିବସରେ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଶୁଭ ଲଗ୍ନରେ ମା’ଙ୍କ ବିଗ୍ରହ ସ୍ଥାପନ କରାଯାଇଥିଲା। ଏହାପରେ ମହାଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯାଇ ବିଶ୍ୱ ଶାନ୍ତି ଓ ଅଞ୍ଚଳର ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥିଲା। ସାମାଜିକ ଓ ଧାର୍ମିକ କାର୍ଯ୍ୟ ହେଲେ ବରଗଡ଼ବାସୀ ଯେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏକାଠି ହୁଅନ୍ତି, ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ତାହାର ଶ୍ରେଷ୍ଠ ଉଦାହରଣ ଭାବେ ଏବେ ସର୍ବତ୍ର ଚର୍ଚ୍ଚା ହେଉଛି।
ତଳିତ ମାସ ୧୮ ତାରିଖ କୁ ୨୩ ତାରିଖ ପର୍ଯ୍ଯନ୍ତ ଅନୁଷ୍ଠିତ...
ଏହି ପୁଜାକାର୍ଯ ରେ ସମସ୍ତକଂ ପ୍ରତ୍ଯକ୍ଷ ଓ ପରୋକ୍ଷ ସାହାଯ୍ଯ ସହଯୋଗ ଲାଗି ମନ୍ଦିର ପରିଚାଳନା କମିଟୀ ତରଫରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି।
Edited by k.s thakur...




