ଗାଁକୁ ଫେରିଲା ଶବ, ଦାଦନ ସର୍ଦ୍ଦାର ଫେରାର ; ପୁଅର ଶୁଦ୍ଧିକ୍ରିୟା ପାଇଁ ଚିନ୍ତାରେ ପରିବାର...
ବେଲପଡ଼ା,୨୩/୦୪(ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି।
Ad..
ମୃତକ ହେଉଛନ୍ତି ବେଲପଡ଼ା ଥାନା ଅନ୍ତର୍ଗତ ଭାଲୁଖାଇ ଗାଁର ସୁବାଷ ଭୁଏ।ବୟସ ମାତ୍ର ୨୧ ବର୍ଷା। ତେବେ କେମିତି ତାଙ୍କ ମୃତ୍ୟୁ ଘଟିଲା ତାହା ଏବେ ବି ଅସ୍ପଷ୍ଟ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସୁବାଷଙ୍କ ମୃତ୍ୟୁ ଘଟିଥିବା ସାଙ୍ଗରେ ଯାଇଥିବା ବଡ଼ ଭାଇ କହୁଛନ୍ତି ।
Ad..
ଅନ୍ୟପଟେ ଘଟଣା ପରେ ଆଉ ଧରାଛୁଆଁ ଦେଉନାହିଁ ଦାଦନ ସର୍ଦ୍ଦାର । ଗରିବ ପରିବାର କେମିତି ପୁଅର ଶୁଦ୍ଧିକ୍ରିୟା କରିବେ ସେନେଇ ଚିନ୍ତାରେ ପଡିଛନ୍ତି।ଗତ ୧୦ ଦିନ ତଳେ ଭାଲୁଖାଇ ଗାଁର ରାଜ ଓ ସାନଭାଇ ସୁବାଷ ମିଶିକି ହାଇଦ୍ରାବାଦ ଅଞ୍ଚଳର ସିଲୋକଟ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ।
Ad..
କଣ୍ଟାବାଞ୍ଜି ଗାଁର ଜଣେ ଦାଦନ ସର୍ଦ୍ଦାରଙ୍କ ଜରିଆରେ ୧୦ ହଜାର ଟଙ୍କା ବଇନା ନେଇ କାମ କରିବାକୁ ଯାଇଥିଲେ।ସୁବାଷ ଇଟାଭାଟି ଉପରେ ଚଢି କାମ କରୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ କହୁଛନ୍ତି।
ରବିବାର ଦିନ ଏହି ଘଟଣା ଘଟିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଆଜି ଗାଁକୁ ଶବ ଫେରିଛି। ଗାଁ ମୁଣ୍ଡରେ ଶବ ଦେଖି ବୋବାଳିରେ ଫାଟି ଯାଉଥିଲା ଅଞ୍ଚଳ। ପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଛି।
ତେବେ ଏମିତି ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରୁଥିବାରୁ ସହ୍ୟ କରି ପାରୁନାହାନ୍ତି ପରିବାର।ସାନପୁଅର ଶବ ଦେଖି ସମସ୍ତେ ଭାଙ୍ଗି ପଡ଼ିଥିବା ବେଳେ ମୃତ୍ୟୁର ତଦନ୍ତ ହେଉ ବାଲି ଦାବି କରିଛନ୍ତି।
Edited by k.s thakur...




