ବିଶ୍ୱ ହିନ୍ଦୁ ପରିଷଦ୍ ଓ ବଜରଙ୍ଗ ଦଳ ପକ୍ଷରୁ ମୁରିବାହାଲରେ ମଧୁର ରସ୍ନା ପାଣି ବଣ୍ଟନ... ମୁରିବାହାଲ,୨୯/୦୪(ଶଙ୍କର ମାଝୀ) :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସଦରମହକୁମା...
ବିଶ୍ୱ ହିନ୍ଦୁ ପରିଷଦ୍ ଓ ବଜରଙ୍ଗ ଦଳ ପକ୍ଷରୁ ମୁରିବାହାଲରେ ମଧୁର ରସ୍ନା ପାଣି ବଣ୍ଟନ...
ମୁରିବାହାଲ,୨୯/୦୪(ଶଙ୍କର ମାଝୀ) :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସଦରମହକୁମା ବଜରଙ୍ଗଦଳ ପକ୍ଷରୁ ପ୍ରଚଣ୍ଡ ତାପମାତ୍ରା ଓ ଭୟଙ୍କର ଖରାକୁ ଦୃଷ୍ଟିରେ ରଖି ବିଶ୍ୱ ହିନ୍ଦୁ ପରିଷଦ୍ ଓ ବଜରଙ୍ଗ ଦଳ, ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଆଜି ମଙ୍ଗଳବାର ଦିନ ଏକ ମାନବ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଗତକାଲି ମୁରିବାହାଲର ସାପ୍ତାହିକ ମଙ୍ଗଳବାର ବଜାର ଥିବାରୁ ଦୂର ଦୂରାନ୍ତରୁ ଅନେକ ଲୋକ ବଜାରକୁ ଆସିଥିଲେ। ଏହି ପ୍ରଚଣ୍ଡ ଗରମରେ ଲୋକମାନେ ଅସୁବିଧାରେ ପଡ଼ୁଥିବାକୁ ଦେଖି ବଜରଙ୍ଗ ଦଳ ପକ୍ଷରୁ ମଧୁର ରସ୍ନା ପାଣି ବଣ୍ଟନ କରାଯାଇଥିଲା।
Ad..
ଏହି ପାଣି ବଣ୍ଟନ କାର୍ଯ୍ୟକ୍ରମ ରାଧା କୃଷ୍ଣ ଓ ଶିବ ମନ୍ଦିର ପାଖରେ ଆୟୋଜିତ ହୋଇଥିଲା ଏବଂ ବଜାରକୁ ଆସୁଥିବା ସାଧାରଣ ଲୋକ, ଯାତ୍ରୀ, ବ୍ୟବସାୟୀ ଓ ଶ୍ରମିକମାନେ ଏହାର ଲାଭ ଉଠାଇଥିଲେ।
Ad..
ବଜରଙ୍ଗ ଦଳ ପକ୍ଷରୁ ଏପରି ସେବା କାର୍ଯ୍ୟକ୍ରମକୁ “ସେବା, ସୁରକ୍ଷା, ସଂସ୍କାର” ମନ୍ତ୍ର ଆଧାରରେ ନିରନ୍ତର ଚାଲୁ ରଖାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ଏହି ମାନବ ସେବାମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିବା ସହ ଆଗାମୀ ଦିନରେ ଏଭଳି ଉଦ୍ୟମ ଆହୁରି ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି।
Ad..
ବଜରଙ୍ଗ ଦଳ ପ୍ରଖଣ୍ଡ ( ବ୍ଲକ) ସଭାପତି ପଦ୍ମଲୋଚନ ସାହୁ, କାର୍ଯ୍ୟକର୍ତ୍ତା ସୁଧାଂଶୁ ପୋଡ଼ ୟାଦବ, କରନ୍ ଜାଲ ,ଅଜିତ ବାଗ, ରାଜ ନାଗ,ଲିକୁନ ସାହୁ ଯୋଗେନ୍ଦ୍ର ଥାଟି, ସିବା ରାଉତ,କୃଷ୍ନାଲାଲ ଭୋଇ, ଜନକ ଖର୍ସେଲ,ବାବୁଲାଲ କେତକୀ,ବାବୁଲି ରାଉତ...
ଦୁର୍ଯ୍ୟୋଧନ ନାଗ,ରାକେଶ ପୃଷ୍ଟି , ହରିଶ୍ ମହାକୁର , ଉଦିତ୍ କଟା,ରୋହନ ଜାଲ ,ଧିରୁ ୟାଦଵ,ରଞ୍ଜନ ବନଛୋର,ରୋହନ ବନଛୋର୍, ଉପଦେଷ୍ଟା ରାଜୀବ ମହାନ୍ତି ,ସୁଧୀର କୁମାର ପାଣି ,ଭାରତ ଦାସ , ଓ ଶତାଧିକ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Edited by k.s thakur...






No comments