କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ ପାଳିତ... କଣ୍ଟାବାଞ୍ଜି,୨୯/୦୪(ନି.ପ୍ର) : କଣ୍ଟାବାଞ୍ଜି ଓକିଲ ସଂଘ ସଭାଗୃହ ପରିସରରେ ମଙ୍ଗଳବାର ...
କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ ପାଳିତ...
କଣ୍ଟାବାଞ୍ଜି,୨୯/୦୪(ନି.ପ୍ର) : କଣ୍ଟାବାଞ୍ଜି ଓକିଲ ସଂଘ ସଭାଗୃହ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଓକିଲ ଦିବସ ତଥା ମଧୁବାବୁଙ୍କ ଜୟନ୍ତୀ ଅତ୍ୟନ୍ତ ସମାରୋହ ସହକାରେ ପାଳିତ ହୋଇଯାଇଛି।
Ad..
ସଂଘର ସଭାପତି ପ୍ରଫୁଲ୍ଲ କୁମାର ନାୟକ ଓ ସମ୍ପାଦକ ମନୋଜ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଇନ ବିଶାରଦ,ପ୍ରଖ୍ୟାତ ଆଇନଜ୍ଞ ଓ ଅନୁଭବୀ ଜନନେତା ଶ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।
Ad..
ଏହି ଅବସରରେ ଆଇନ କ୍ଷେତ୍ରରେ ଦୀର୍ଘ ବର୍ଷର ନିଷ୍ଠାପର ସେବା ପାଇଁ ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ କରି ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଆଇନ ସହ ଜଡ଼ିତ ରହିଥିବା ବରିଷ୍ଠ ସଦସ୍ୟ କାନନ କିଶୋର ପଣ୍ଡା ଏବଂ ୨୫ ବର୍ଷ ପୂର୍ତ୍ତି କରିଥିବା ଅରୁଣ ବାଗ,ଅଭିମନ୍ୟୁ ନାଗ ,ରାମକାନ୍ତ ଦାସ ନିଲୁ ଓ ମନୋଜ କୁମାର ମେହେରଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।
Ad..
ଏଥିସହିତ ସାମ୍ବାଦିକ ସଂଘର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟରତ କାନନ କିଶୋର ପଣ୍ଡାଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ କଣ୍ଟାବାଞ୍ଜି ବାର୍ ଆସୋସିଏସନ ସଭାପତି ପ୍ରଫୁଲ୍ଲ କୁମାର ନାୟକ କହିଛନ୍ତି ଯେ ମଧୁବାବୁଙ୍କ ଜୟନ୍ତୀ ତଥା ଓକିଲ ଦିବସ ପାଳନ କରିବା ସହ ବାର୍ରେ ଦୀର୍ଘ ୨୫ ଓ ୫୦ ବର୍ଷ ସେବା ପ୍ରଦାନ କରିଥିବା ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Ad..
ମାନ୍ୟବର ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଇନ ବିଶାରଦ ଶ୍ରୀ ନରସିଂହ ମିଶ୍ର ନିଜର ୮୫ ବର୍ଷ ବୟସ ଏବଂ ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆମର ନିମନ୍ତ୍ରଣ ରକ୍ଷା କରି ଏଠାକୁ ଆସିଥିବାରୁ ଆମେ ଗର୍ବିତ।
ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ପୂର୍ଣ୍ଣ ସହଯୋଗ ରହିଥିଲା ଏବଂ ସେମାନଙ୍କ ଉପସ୍ଥିତି ଏହି ଉତ୍ସବକୁ ଆହୁରି ସଫଳ କରିଛି। ଆମେ ସାମ୍ବାଦିକ ସଂଘର ସଭାପତି ମୋହନ ସୋନି ଓ କର୍ମକର୍ତ୍ତାମାନଙ୍କୁ ମଧ୍ୟ ସମ୍ମାନିତ କରିବା ସହ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ।
ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘର ସମ୍ପାଦକ ମନୋଜ ଦାସ,ଉପସଭାପତି ପର୍ଶୁରାମ ସଗ୍ରିଆ ମଞ୍ଚାସୀନ ରହିଥିବା ବେଳେ ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ ଶର୍ମା, ଦୁଖୀଶ୍ୟାମ ଗୁରୁ, ବ୍ରଜଶ୍ୟାମ ଗୁରୁ , ବିଜୟ ଶର୍ମା, ରାମକାନ୍ତ ଦାସ, ସୃତି ଠାକୁର...
ଇସା ଜୈନ, ସହ ସମସ୍ତ ସଭ୍ୟସଭ୍ୟା ଓ ସ୍ଥାନୀୟ ସାମ୍ବାଦିକ ଜୀବନନ୍ଦ ମହାନ୍ତି, ଗୁରୁଦୟଲ ହଂସ , ଶିବ ଶଙ୍କର ବାଗ , କୃତିକର ବାଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ।
Edited by k.s thakur...






No comments